ବ୍ରଜରାଜନଗରରେ ଉପନିର୍ବାଚନ, ମଇଦାନରେ ଲଢେଇ ଘମାସାନ

Spread the love

ବ୍ରଜରାଜନଗର ଉପନିର୍ବାଚନ ପାଇଁ ମତଦାନ ତାରିଖ ଯେତିକି ପାଖେଇ ଆସୁଛି ନିର୍ବାଚନୀ ପ୍ରଚର, ସେତିକି ସରଗରମ ହେବାରେ ଲାଗିଛି । ଆସନ୍ତାକାଲି ଠାରୁ ଉଭୟ ବିଜେପି ଓ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିବାକୁ ନିଷ୍ପତି ନେଇଛନ୍ତି । ସେପଟେ ବିଜେଡି ମଧ୍ୟ ପ୍ରଚାରକୁ ଜୋରଦାର ଚଲାଇଥିବା ବେଳେ ବିଜେଡି ସୁପ୍ରିମୋ ଉପନିର୍ବାଚନରେ ନିର୍ବାଚନୀ ମୌଦାନକୁ ଓହ୍ଲାଇବେ କି ନାହିଁ ତାକୁ ଜୋର ଧରିଛି ଉତ୍କଣ୍ଠା ।

ବ୍ରଜରାଜ ନଗର ଉପନିର୍ବାଚନ ପାଇଁ  ମଙ୍ଗଳବାର ଠାରୁ ଶକ୍ତି ପ୍ରଦର୍ଶନ କରିବେ ବିରୋଧୀ । ସୋମବାର  ସନ୍ଧ୍ୟାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ରେନ ଯୋଗେ ବ୍ରଜରାଜନଗରରେ ପହଞ୍ଚିବେ। ମଙ୍ଗଳବାର ମାରାଥନ ପ୍ରଚାର ଅଛି। ପୂର୍ବରୁ ବିଶ୍ୱେଶ୍ୱର ଟୁଡୁ ବ୍ରଜରାଜ  ନଗର ଉପନିର୍ବାଚନ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ।  ଅନ୍ୟ ନେତା ବି ଯିବେ ପ୍ରଚାର କରିବାକୁ। ଦଳୀୟ ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ସପକ୍ଷରେ ଏବେ ପ୍ରଚାର ଜୋରଦାର ଚାଲିଛି । ତେବେ ରମଣ ସିଂ ଓ ବ୍ରିଜମୋହନ ଅଗ୍ରୱାଲଙ୍କ ଆସିବ ସୂଚୀ ଚୂଡାନ୍ତ ହୋଇନି ବୋଲି କହିଛନ୍ତି ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର । ସେପଟେ ମଙ୍ଗଳବାର ଠାରୁ  ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତିନି ଦିନ ଥର ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ  ନିରଞ୍ଜନ । ଛତିଶଗଡ଼ ନେତା ମାନେ ମଧ୍ୟ ଆସିପାରନ୍ତି । ଦିଲ୍ଲୀରୁ ମଧ୍ୟ ନେତା ପ୍ରଚାର ପାଇଁ ଆସିବାର ସମ୍ଭାବନା ଅଛି ।

ସେପଟେ ବିଜେଡି ପ୍ରଚାର ଜୋରଦାର କରିଥିବା ବେଳେ ମୁଖ୍ୟମନ୍ତ୍ରୀ ପ୍ରଚାର ମଇଦାନ କୁ ଓହ୍ଲାଇବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଚାର କୁ ଯିବା ନେଇ ଏଯାଏ କିଛି ଖବର ନାହିଁ। ବିଜେଡି କୁ ୫ ଥର ନିର୍ବାଚିତ କଲେଣି ଲୋକେ। ବିଜେଡି କାହାକୁ ଅନୁସରଣ କରେ ନାହିଁ। ଦଳ ଲୋକଙ୍କ ସହ ଅଛି। ଲୋକଙ୍କ ପାଖକୁ ଯାଉଛୁ। ତୃଣପୁଲ ସ୍ତରରେ  ଦଳ ଲଢ଼ୁଛି । କିଏ ପ୍ରଚାରକୁ ଆସିବେ ସେ ନେଇ ବିଚଳିତ ହେବାର ନାହିଁ ବୋଲି କହିଛି ବିଜେଡି । ଉପ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି  , ପ୍ରଚାର ମୌଦାନ ସେତିକି କମ୍ପିବାରେ ଲାଗିଛି । ଭୋଟରଙ୍କୁ ନିଜ ସପକ୍ଷରେ ମନାଇବା ଲାଗି ଏବେ ଶକ୍ତି ପ୍ରଦର୍ଶନରେ ଲାଗିପଡିଛନ୍ତି ରାଜ୍ୟର ତିନ ପ୍ରମୁଖ ରାଜନୈତିକ ଦଳ । ତେବେ ଜନାଦେଶ କାହା ସପକ୍ଷରେ ଯିବ ଏବେ ତାହାରି ଉପରେ ନଜର

Leave a Reply

Your email address will not be published. Required fields are marked *