ପଦ୍ମ ଧରିଲେ କ୍ୟାପ୍ଟେନ

Spread the love

ଚଣ୍ଡିଗଡ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଧରିଲେ ପଦ୍ମ। ନିଜେ ପଦ୍ମ ଧରିବା ସହ ନିଜ ଦଳ ପଞ୍ଜାବ ଲୋକ କଂଗ୍ରେସକୁ ମଧ୍ୟ ବିଜେପିରେ ବିଲୟ କରିଦେଇଛନ୍ତି। ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓ କିରେନ ରିଜିଜୁଙ୍କ ଉପସ୍ଥିତିରେ ସେ ପଦ୍ମ ଦଳରେ ସାମିଲ ହୋଇଛି।

ବିଜେପିରେ ସାମିଲ ହେବା ପରେ ଅମରିନ୍ଦର ସିଂହ କହିଛନ୍ତି କି, ସେ ତାଙ୍କ ସମର୍ଥକଙ୍କ ସହ ଚର୍ଚ୍ଚା କରିଥିଲି। ସେଥିରୁ ନିଷ୍ପତ୍ତି ହେଲା କି ପଞ୍ଜାବର ଭବିଷ୍ୟତ ଦେଖିବାକୁ ହେଲେ ବିଜେପି ସହ ବିଲୟ କରିବା ଦରକାର। ସମସ୍ତଙ୍କର ଏକ ମତ ଥିଲା କି, ଆମର ଓ ବିଜେପିର ବିଚାରଧାରା ସମାନ। କ୍ୟାପ୍ଟେନ ଅମରିନ୍ଦର ପଞ୍ଜାବ ବିଧାନସଭା ନିର୍ବାଚନ ୨୦୨୨ ପୂର୍ବରୁ କଂଗ୍ରେସରୁ ଅଲଗା ହୋଇଥିଲେ।

ଏହା ପରେ ସେ ୨୦୨୨ ନିର୍ବାଚନ ପାଇଁ ପିଏଲସି ପାର୍ଟି ତିଆରି କରିଛନ୍ତି ଓ ତା ପରେ ବିଜେପି ସହ ମିଳି ନିର୍ବାଚନ ଲଢିବେ। କାରଣ ଗତ ବିଧାନସଭା ନିର୍ବାଚନରେ ଆପର ଝାଡୁ ମାଡରେ ପିଏଲସି ଓ ବିଜେପି ସାଫ ହୋଇଯାଇଥିଲେ ପଞ୍ଜାବରେ। ପଞ୍ଜାବ ରାନେତିରେ କ୍ୟାପ୍ଟେନ ସିଂହଙ୍କର ରହିଛି ବେଶ ଜାଗା। ଏବେ ବିଜେପି କ୍ୟାପ୍ଟେନଙ୍କୁ ଦଳରେ ସାମିଲ କରି ନିଜ ରାଜନୈତିକ ଫାଇଦା ହାସଲ କରିବାକୁ ଲକ୍ଷ୍ୟ ରଖିଛି।  

Leave a Reply

Your email address will not be published. Required fields are marked *