ଶିବସେନା ନେତା ସଂଜୟ ରାଉତଙ୍କ ବିରୋଧରେ ନାସିକରେ ମାମଲା ରୁଜୁ

Spread the love

ମୁମ୍ବାଇ : ଶିବସେନା(ଉଦ୍ଧବ ବାଲାସାହେବ ଠାକରେ) ପାର୍ଟିର ନେତା ଏବଂ ରାଜ୍ୟସଭା ସଦସ୍ୟ ସଂଜୟ ରାଉତଙ୍କ ବିରୋଧରେ ନାସିକ ଜିଲ୍ଲାର ମୁମ୍ବାଇ ନାକା ପୋଲିସ୍ ଷ୍ଟେସନରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବୟାନ ଜାରୀ କରିବାକୁ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ ସଂଜୟ ରାଉତଙ୍କ ଅସୁବିଧା ବଢ଼ିପାରେ ।

ତେବେ ସଂଜୟ ରାଉତ ଗତ ସପ୍ତାହରେ ନାସିକର ସରକାରୀ  ଗେଷ୍ଟ ହାଉସ୍‌ରେ ରହିଥିଲେ । ସେହି ସମୟରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ବିଷୟରେ ନିଜ ରାୟ  ଶୁଣାଇଥିଲେ । ସଂଜୟ ରାଉତ ସୁପ୍ରିମ କୋର୍ଟର ରାୟ  ଉପରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ ରାଜ୍ୟ ସରକାର ଅପାତ୍ର ବିଧାୟକଙ୍କ ବଳରେ ଅଛନ୍ତି । ସୁପ୍ରିମ୍ କୋର୍ଟ ଏସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ ଆଦେଶ ବିଧାନସଭା ଅଧ୍ୟକ୍ଷଙ୍କୁ ଦେଇଛନ୍ତି । ଏଥିପାଇଁ ଏହି ସରକାର ଅସଂବୈଧାନିକ ଅଟେ ।

Leave a Reply

Your email address will not be published. Required fields are marked *