ସିସୋଦିଆଙ୍କ ବିରୋଧରେ ମକଦମା ଚଳାଇବାକୁ ସିବିଆଇକୁ ଗ୍ରୀନ ସିଗନାଲ

Spread the love

() ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ବିରୋଧରେ ମକଦମା ଚଲାଇବାକୁ ସିବିଆଇକୁ ଗ୍ରୀନ୍ ସିଗନାଲ। କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ଗଠିତ ଫିଡବ୍ୟାକ୍ ୟୁନିଟ ରାଜନୈତିକ ଗୁଇନ୍ଦି ରିପୋର୍ଟ ଏକତ୍ର କରିବା ମାମଲାରେ ତଦନ୍ତ ଚଳାଇବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଦିଲ୍ଲୀ ଉପ-ରାଜ୍ୟପାଳଙ୍କ ପ୍ରଧାନ ସଚିବକୁ ଦିଆଯାଇଥିବା ଚିଠି ଭ୍ରଷ୍ଟାଚାର ନିରୋଧିକ ଅଧନିୟମ ୧୯୮୮ ଧାରା ୧୭ ଅନୁଯାୟୀ ମଞ୍ଜୁରୀ ଦିଆଯାଇଛି। ଗୋଟେପଟେ ମଦ ଦୁର୍ନୀତି ଅନ୍ୟପଟେ ବିପକ୍ଷ ଦଳ ବିରୋଧରେ ଗୁପ୍ତଚର କାର୍ଯ୍ୟକଳାପ ଅଭିଯୋଗ ନେଇ ସିସୋଦିଆଙ୍କ ବିରୁଦ୍ଧ ଚାଲିବ ସିବିଆଇ ତଦନ୍ତ। ଯାହାକୁ ନେଇ ଦିଲ୍ଲୀ ରାଜନୀତି ସରଗରମ ହୋଇଛି।

ଅଡୁଆରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସିସୋଦିଆଙ୍କ ବିରୋଧରେ ଚାଲିବ ସିବିଆଇ ତଦନ୍ତ। ବିପକ୍ଷ ଦଳ ବିରୋଧରେ ଗୁପ୍ତଚର କାର୍ଯ୍ୟକଳାପ ଅଭିଯୋଗ ପ୍ରସଙ୍ଗ। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବା ଲାଗି ସିବିଆଇକୁ କେନ୍ଦ୍ରର ନିର୍ଦ୍ଦେଶ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ସିସୋଦିଆଙ୍କ ବିରୋଧରେ କେନ୍ଦ୍ରର ଏହି ନିର୍ଦ୍ଦେଶ ଅଡୁଆ ସୃଷ୍ଟି କରିଛି। ବିରୋଧୀଙ୍କ ଉପରେ ସେ ଗୁଇନ୍ଦାଗିରି କରୁଥିବା ଅଭିଯୋଗ ହୋଇଥିଲା। ଏହାର ସିବିଆଇ ତଦନ୍ତ ପାଇଁ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅନୁମତି ଦେଇଛି। ସିସୋଦିଆଙ୍କ ନାଁରେ ଏବେ ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଓ ଇଡି ତଦନ୍ତ କରୁଛନ୍ତି। ଏପରି କି ତାଙ୍କୁ ସିବିଆଇ ହାଜର ହେବାକୁ ନୋଟିସ ମଧ୍ୟ କରିଛି। ଏହା ତଦନ୍ତ ଚାଲୁଥିବା ବେଳେ ସିସୋଦିଆ ଏବେ ଗୁଇନ୍ଦାଗିରି ମାମଲାରେ ଫସିଛନ୍ତି।

ଏବେ ଗୃହ ମନ୍ତ୍ରଣାଳୟ ତରଫରୁ ଫିଡବ୍ୟାକ୍ ୟୁନିଟ ସହାୟତାରେ ଗୁଇନ୍ଦାଗିରି କରିବା ମାମଲାରେ ସିବିଆଇ ତଦନ୍ତକୁ ଅନୁମତି ଦେଇଛନ୍ତି। ସିବିଆଇ ତରଫରୁ କିଛିଦିନ ପୂର୍ବେ ଫିଡବ୍ୟାକ୍ ୟୁନିଟ ମାଧ୍ୟମରେ ଗୁଇନ୍ଦା ଗିରି କରିବା ମାମଲାରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କ ଓ ଅନ୍ୟ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ଅନୁମତି ମାଗିଥିଲା। ଉପ ରାଜ୍ୟପାଳଙ୍କ ସୁପାରିଶ ଓ କେନ୍ଦ୍ର ଗୃହମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଏବେ ମନୀଷ ସିସୋଦିଆ ଓ ଅନ୍ୟ କର୍ମଚାରୀଙ୍କ ବିରୋଧରେ ସିବିଆଇ ତଦନ୍ତ କରାଯିବ। ସିବିଆଇ ତଦନ୍ତର ଅନୁମତି ପରେ ସିସୋଦିଆ କହିଛନ୍ତି, ନିଜର ପ୍ରତିଦ୍ୱନ୍ଦ୍ୱୀଙ୍କ ଉପରେ ମିଛ କେସ୍‌ କରିବା ଗୋଟିଏ ଦୁର୍ବଳ ଓ ଭୟଭୀତ ବ୍ୟକ୍ତିର ଲକ୍ଷଣ। ଆମ ଆଦମୀ ପାର୍ଟି ଆଗକୁ ଯେତିକି ଯେତିକି ବଢ଼ିବ, ତା’ ଉପରେ ଆହୁରି ଅନେକ କେସ୍‌ ହେବ। ଦେଶରେ ଆମ୍ ଆଦମୀ ପାର୍ଟିର କାୟା ବିସ୍ତାର ହେଉଥିବାରୁ ବିରୋଧୀ ଏହା ହଜମ କରିପାରୁନାହାନ୍ତି ବୋଲି ସିସୋଦିଆ କହିଛନ୍ତି।

ସିବିଆଇ ଅଧିକାରୀଙ୍କ କହିବା ଅନୁଯାୟୀ, ଗତ ୨୦୧୫ରେ ସିସୋଦିଆ ଭିଜିଲାନ୍ସ ବିଭାଗର ଦାୟିତ୍ୱରେ ଥିଲେ। ତେବେ ସେହି ସମୟରେ ଗଠିତ ଫିଡବ୍ୟାକ ୟୁନିଟ ଜରିଆରେ ବିଭିନ୍ନ ମନ୍ତ୍ରାଳୟ, ବିରୋଧୀ ଦଳ, ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ ଗୁଇନ୍ଦାଗିରି କରିଥିବା ନେଇ ଅଭିଯୋଗ ହୋଇଥିଲା। ଏଫବିୟୁକୁ ସିକ୍ରେଟ ସର୍ଭିସ ଫଣ୍ଡ ଜରିଆରେ ବେଆଇନ ତଥା ବେହିସାବ ଅର୍ଥ ପ୍ରଦାନ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ପ୍ରାରମ୍ଭିକ ଯାଞ୍ଚରେ ଭ୍ରଷ୍ଟାଚାର ଉପରେ ଅଙ୍କୁଶ ଲଗାଇବାକୁ ଦିଲ୍ଲୀ ସରକାରଙ୍କ ଦ୍ୱାରା ସ୍ଥାପିତ ଏଫବିୟୁ ନିଜ କାମ କରିବା ବଦଳରେ ରାଜନୈତିକ ଗୁଇନ୍ଦା ତଥ୍ୟ ଏକତ୍ରୀତ କରୁଥିଲା। ଯାହାକୁ ନେଇ ଏଜେନ୍ସି ମନିଷ ସିସୋଦିଆଙ୍କ ବିରୋଧରେ ମାମଲା ଦାୟର କରିବାକୁ ସୁପାରିସ୍ କରିଥିଲା।

ଦିଲ୍ଲୀ ସରକାରଙ୍କ ଅଧୀନରେ ଆସୁଥିବା ବିଭିନ୍ନ ବିଭାଗ, ସଂସ୍ଥାର କାର୍ଯ୍ୟ ଉପରେ ପ୍ରାରମ୍ଭିକ ତଥ୍ୟ ସଂଗ୍ରହ ଏକତ୍ର କରିବା ପାଇଁ ୨୦୧୫ରେ ଏଫବିୟୁ ସ୍ଥାପନା ପ୍ରସ୍ତାବ ଦିଆଯାଇଥିଲା। ଏଥିପାଇଁ ଏକ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ୨୦୧୬ରେ ଏଜେନ୍ସି ଏହା ଉପରେ କାମ ଆରମ୍ଭ କରିଦେଇଥିଲା। ଏଜେନ୍ସି ଭ୍ରଷ୍ଟାଚାର ଉପରେ ରୋକ୍ ଲଗାଇବା ବଦଳରେ ଗୁଇନ୍ଦା ତଥ୍ୟ ସଂଗ୍ରହ କରିବାରେ ଲାଗିପଡିଥିଲା। ସିବିଆଇର ଅଭିଯୋଗ ଅନୁଯାୟୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜ୍ରିଓ୍ବାଲ ୨୦୧୫ରେ କ୍ୟାବିନେଟ୍ ବୈଠକରେ ଏଭଳି କୌଣସି ଏଜେଣ୍ଡା ନୋଟ୍ ପାରିତ କରିନଥିଲେ। ସେହିପରି ଏଫବିୟୁ ନିଯୁକ୍ତିରେ ଉପ-ରାଜ୍ୟପାଳଙ୍କ ମଞ୍ଜୁରୀ ମଧ୍ୟ ନିଆଯାଇନଥିବା ସିବିଆଇ ଅଧିକାରୀ ଦାବି କରିଛନ୍ତି। ସିବିଆଇର ଏକ ରିପୋର୍ଟ ଆଧାରରେ ଦିଲ୍ଲୀ ଲେଫଟନାଣ୍ଟ ଗଭର୍ଣ୍ଣର ଭି.କେ. ସକ୍ସେନା ସିସୋଦିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି କେନ୍ଦ୍ର ଗୃହ ମନ୍ତ୍ରାଳୟ ଜରିଆରେ ରାଷ୍ଟ୍ରପତିଙ୍କ ନିକଟରେ ସୁପାରିସ କରିଥିଲେ।

ସେପଟେ ଅବକାରୀ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ନାମରେ ସିବିଆଇରେ ଯାଞ୍ଚ ଚାଲିଛି। ଏନେଇ ସିବିଆଇ ତରଫରୁ ସିସୋଦିଆଙ୍କ ବାସଭବନ ଓ ବ୍ୟାଙ୍କ ଲକର ଉପରେ ଚଢାଉ କରାଯାଇଥିଲା। ଏହି ମାମଲାରେ ସିବିଆଇରେ ହାଜର ହେବାକୁ ସିସୋଦିଆଙ୍କୁ ନୋଟିସ କରାଯାଇଛି। ୨୬ ଫେବୃୟାରୀରେ ପଚରାଉଚରା ପାଇଁ ପହଞ୍ଚିବାକୁ ସିବିଆଇ ସିସୋଦିଆଙ୍କୁ ନୋଟିସ୍ କରିଛନ୍ତି। ଏହାପୂର୍ବରୁ ସିବିଆଇ ରବିବାର ମନୀଷ ସିସୋଡିଆଙ୍କୁ ଡକାଇଥିଲା। ଏହି ସମୟରେ ସିସୋଡିଆ ବଜେଟ ଚୂଡ଼ାନ୍ତ କରିବାକୁ ଅଧିକ ସମୟ ଦେବାକୁ ସିବିଆଇକୁ ଅନୁରୋଧ କରିଥିଲେ। ତେବେ ସିବିଆଇ ତାଙ୍କ ଅନୁରୋଧକୁ ଗ୍ରହଣ କରି ପଚରାଉଚରା ପାଇଁ ପୁଣି ସମନ ଜାରି କରିଛି।

Leave a Reply

Your email address will not be published. Required fields are marked *