ଆସନ୍ତା ୨୪ରେ ରାୟପୁରରେ କଂଗ୍ରେସ ରାଷ୍ଟ୍ରୀୟ ଅଧିବେଶନ

Spread the love

ରାୟପୁର: କଂଗ୍ରେସର ରାଷ୍ଟ୍ରୀୟ ଅଧିବେଶନ  ପ୍ରଥମଥର ପାଇଁ ଛତିଶଗଡର ରାଜଧାନୀ ରାୟପୁରରେ ହେବାକୁ ଯାଉଛି। ତେଣୁ ଛତିଶଗଡ କଂଗ୍ରେସରେ ଭରିଯାଇଛି ଉତ୍ସାହ। ୨୪ରୁ ୨୬ ଫେବୃଆରୀରେ ରାଷ୍ଟ୍ରୀୟ ଅଧିବେଶନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାକୁ ସଫଳ କରିବାକୁ ରାଜ୍ୟ କଂଗ୍ରେସ ଲାଗିପଡିଛି। ତେବେ ଏହି ଅଧିବେଶନରେ ସମ୍ପ୍ରତି ଦେଶରେ ଦେଖାଦେଇଥିବା ରାଜନୈତିକ ଓ ଆର୍ଥିକ ସ୍ଥିତିକୁ ନେଇ ସମୀକ୍ଷା କରାଯିବା ସହ ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ନୂଆ ବିଚାର ଉପରେ ପୁଙ୍ଖାନୁପୁଙ୍ଖ ଆଲେଚନା ହୋଇ ରଣନୀତି ପ୍ରସ୍ତୁତ କରାଯିବ।

ଏହି ଅଧିବେଶନକୁ ସଫଳ କରିବାକୁ କଂଗ୍ରେସ ସୁପ୍ରିମୋ ଆୟୋଜନ ଓ ସ୍ବାଗତ ସମିତିର ଘୋଷଣ କରିଦେଇଛନ୍ତି। ଚଳିତ ବର୍ଷ ଛତିଗଡ ସମେତ ମଧ୍ୟପ୍ରଦେଶ, ରାଜସ୍ଥାନ, ନାଗାଲାଣ୍ଡ ପରି ଛଅ ରାଜ୍ୟରେ ବିଧାନସଭା ହେବାକୁ ଯାଉଛି। ତେଣୁ ସ୍ବାଗତ ସମିତିରେ ପ୍ରଦେଶର ୧୧୪ ନେତା ସାମିଲ ହେବେ। ଏହି ଅଧିବେଶନ ପୂର୍ବରୁ ରାଜ୍ୟ କଂଗ୍ରେସର ସଭାପତି ମୋହନ ମରକାମଙ୍କୁ ପୁଣି ସଭାପତି କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ସମିତିର ଅଧ୍ୟକ୍ଷ କରାଯାଇଛି। ଆଦିବାସୀ ପ୍ରସଙ୍ଗରେ ସରକାରରେ ଭିନ୍ନ ସ୍ବର ଉଠାଉଥିବା ପୂର୍ବ କେନ୍ଦ୍ର ମନ୍ତ୍ରୀ ଅରବିନ୍ଦ ନେତାମଙ୍କୁ ଏହି ସମିତିରେ ସାମିଲ କରାଯାଇଛି। ଛତିଶଗଡରେ କଂଗ୍ରେସର ଗତିବିଧିକୁ ପରିଲଖିତ କଲେ ଦଳ ସମସ୍ତଙ୍କୁ ସନ୍ତୁଷ୍ଟ କରି ରଖିବା ପରି ମନେ ହେଉଛି।

Leave a Reply

Your email address will not be published. Required fields are marked *