ବିଲକିସ ମାମଲାରେ ରାହୁଲଙ୍କ ଟାର୍ଗେଟରେ ବିଜେପି

Spread the love

ନୂଆଦିଲ୍ଲୀ: ବିଲକିସ ବାନୁ ମାମଲାରେ ୧୧ ଦୋଷୀଙ୍କୁ ଗୁଜୁରାଟ ସରକାର ଜେଲରୁ ମୁକ୍ତ କରି ଦେଇଛନ୍ତି। ଏହାକୁ ନେଇ ବିଜେପିକୁ ବିରୋଧୀ ଆକ୍ରମଣ ପରେ ଆକ୍ରମଣ କରି ଚାଲିଛନ୍ତି। ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀ ବୁଧବାର  ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, ସାରା ଦେଶ ତାଙ୍କ କଥା ଓ କାମରେ ଥିବା ଅନ୍ତର ଦେଖୁଛି। ଏହି ନିଷ୍ପତ୍ତି ଦ୍ବାରା ଦେଶର ମହିଳାଙ୍କୁ କି ପ୍ରକାର ସନ୍ଦେଶ ଯାଉଛି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।

ରାହୁଲ ଗାନ୍ଧୀ ଟ୍ବିଟକରି କହିଛନ୍ତି କି, ୫ ମାସର ଗର୍ଭବତୀ ମହିଳାଙ୍କୁ ବଳାତ୍କାର କରିବା ସହ ତାଙ୍କ ତିନି ବର୍ଷର ଝିଅକୁ ହତ୍ୟା କରିଲେ। ଆଉ ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ଅଭିଯୁକ୍ତମାନଙ୍କୁ ଛାଡିଦିଆଗଲା। ନାରୀ ଶକ୍ତିର ମିଛ କଥା କହୁଥିବା ଦେଶର ମହିଳାମାନେ  କି ସଂଦେଶ ଦେଉଛି? ପ୍ରଧାନମନ୍ତ୍ରୀ ଜୀ, ସାରା ଦେଶ ଆପଣଙ୍କ କହିବା ଓ କରିବାର ଅନ୍ତର ଦେଖୁଛି।

ରାହୁଲ ଗାନ୍ଧୀଙ୍କ ସହ ପ୍ରିୟଙ୍କା ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଛାଡି ନାହାନ୍ତି। ସେ ପଚାରିଛନ୍ତି, ଅପରାଧିମାନଙ୍କୁ ବିଜେପି ସରକାର ଦ୍ବାରା ଛଡାଯିବା ଓ କ୍ୟାମେରା ସମ୍ମୁଖରେ ସ୍ବାଗତ କରିବା କଣ ପୀଡିତା ସହ ଅନ୍ୟାୟ ନୁହେଁ?

୧୧ ଗଣଦୁଷ୍କର୍ମକାରୀ ଅପରାଧିଙ୍କୁ ଛଡାଯିବାକୁ ନେଇ କଂଗ୍ରେସ ପ୍ରବକ୍ତା ପବନ ଖେଡା କହିଛନ୍ତି ଗୁଜୁରାଟ ସରକାର ୧୯୯୨ର ନୀତି ଅନ୍ତର୍ଗତ ମୁକ୍ତ କରିବାର ନିଷ୍ପତ୍ତି ନେଲା, କିନ୍ତୁ  ୨୦୧୩ରେ ଏହି ନୀତିକୁ  ଗୁଜୁରାଟରେ ସମାପ୍ତ କରାଯାଇଥିଲା। ଗୁଜୁରାଟ ସରକାରର ଅଫିସିଆଲ ୱେବସାଇଟରେ ମଧ୍ୟ ୧୯୯୨ର ନୀତିକୁ ନେଇ କୌଣସି ଉଲ୍ଲେଖ ନାହିଁ। ଏଥିସହ ୨୦୧୪ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶନାମାର ଉଲ୍ଲଙ୍ଘନ ଅଟେ।

ପବନ ଖେଡା ଆହୁରି କହିଛନ୍ତି, ଯେଉଁ ଅପରାଧରେ କେନ୍ଦ୍ରୀୟ ଏଜେନ୍ସି ଯାଞ୍ଚ କରିଥିବ ସେଥିରେ ରାଜ୍ୟ ସରକାରର କ୍ଷମା ଦେବାର କ୍ଷମତା ନାହିଁ। ଉଦାହରଣ ଦେବାକୁ ଯାଇ କହିଛନ୍ତି କି, ସିଆରପିସିର ଧାରା ୪୩୫ ଅନ୍ତର୍ଗତ ମୁକ୍ତି ଦେବାକୁ ହେଲେ ରାଜ୍ୟ ସରକାରକୁ କେନ୍ଦ୍ର ସରକାରଠାରୁ ଅନୁମତି ନେବାକୁ ହୋଇଥାଏ। ଯେତେବେଳେ କି, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୟଲଳିତା ରାଜୀବନ ଗାନ୍ଧୀଙ୍କ ହତ୍ୟାକାରୀକୁ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ସେତେବେଳେ ସୁପ୍ରିମ କୋର୍ଟ ଆଦେଶ ଦେଇଥିଲେ।

ତେଣୁ ପବନ କେନ୍ଦ୍ର ଗୃହ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ପଚାରିଛନ୍ତି, କଣ ଗୁଜୁରାଟ ସରକାର ଅପରାଧୀମାନଙ୍କୁ ମୁକ୍ତି ଦେବାକୁ କେନ୍ଦ୍ରର ଅନୁମତି ନେଇଥିଲେ? ଯଦି ଅନୁମତି ନେଇ ନ ଥାଏ ତେବେ ଗୁଜୁରାଟ ସରକାର ବିରୋଧରେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ଖେଡା କହିଛନ୍ତି।

Leave a Reply

Your email address will not be published. Required fields are marked *