ସିଡବ୍ଲୁସି ମାନସମନ୍ଥନ : ଫୋକସରେ ମୋଦି ନୀତି- ବିହାର ଇଲେକ୍ସନ

ବିହାରରେ ବସିଲା କଂଗ୍ରେସ ଓ୍ୱାର୍କିଂ କମିଟି ବୈଠକ। ସଦାକତ ଆଶ୍ରମରେ ପତାକା ଉତ୍ତୋଳନ କରି ଏହାର ଉଦଘାଟନ କରିଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ବିହାର ମାଟିରୁ ଦଳର ଯାହା ନିଷ୍କର୍ସ ବାହାରିବ, ତାହା ପୁରା ଦେଶକୁ ଐତିହାସିକ ସନ୍ଦେଶ ଯିବ ବୋଲି କହିଛନ୍ତି ନେତାଏ। ବିହାର ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସର ସିଡବ୍ଲୁସି ବୈଠକ ବେଶ୍ ଗୁରୁତ୍ୱ ବହନ କରୁଛି। କାରଣ ବିହାରରେ ଏସଆଇଆରକୁ ବିରୋଧ କରି ରାହୁଲଙ୍କ ନେତୃତ୍ୱରେ ୧୫ ଦିନ ବ୍ୟାପି ଭୋଟର ଅଧିକାର ଯାତ୍ରା ହୋଇଥିଲା। ଭୋଟ ଚୋରୀକୁ ନେଇ ସଡ଼କରୁ ସଂସଦ ଯାଏ ହଙ୍ଗାମା କରିଥିଲା କଂଗ୍ରେସ। ସେପ୍ଟେମ୍ୱର ୧୫ରୁ ଆରମ୍ଭ ଦସ୍ତଖତ ଅଭିଯାନ ଅକ୍ଟୋବର ୧୫ ଯାଏଁ ଜାରି ରହିବ। ବିଜେପି ଓ ଇସିଙ୍କ ଦ୍ୱାରା ଭୋଟ ଚୋରି ବିରୁଦ୍ଧରେ ୫କୋଟି ଦସ୍ତଖତ ସଂଗ୍ରହ କରିଥିଲା କଂଗ୍ରେସ। ବେଟର୍ ବିହାର ଓ ବେଟର୍ ଇଣ୍ଡିଆର ନାରା ଦେଇଛି କଂଗ୍ରେସ। ବିହାରରେ ଏଥର ପରିବର୍ତ୍ତନ ନିଶ୍ଚିତ ବୋଲି କହିଛି କଂଗ୍ରେସ। ଏହି ବୈଠକରେ ଖଡ଼ଗେ, ରାହୁଲ, ସଚିନ ପାଇଲଟ, ରମଣ ସିଂ, ଜୟରାମ ରମେଶ, ଭକ୍ତ ଦାସଙ୍କ ଭଳି ବହୁ ପ୍ରମୁଖ ନେତା ସାମିଲ୍ ହୋଇଥିଲେ। ଏହି ବୈଠକରେ କଂଗ୍ରେସ ଶାସିତ ୩ ରାଜ୍ୟ ହିମାଚଳପ୍ରଦେଶ, ତେଲେଙ୍ଗାନା ଓ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସାମିଲ୍ ହୋଇଥିଲେ। ସାମାଜିକ ନ୍ୟାୟ ଲାଗି ଲଢ଼େଇ ଜାରି ରହିବ ବୋଲି ପଣ କରିଛି ଦଳ। ବିହାରର ପୁନଃନିର୍ମାଣର ବିଗୁଲ ଫୁଙ୍କିଛି କଂଗ୍ରେସ। ମହାଗଠବନ୍ଧନ ସହ ମିଶି ଉତ୍ତମ ସ୍ୱାସ୍ଥ୍ୟ, ସୁଶାସନ, ରୋଜଗାର ଦେବାକୁ ସଂକଳ୍ପବଦ୍ଧ କଂଗ୍ରେସ। ବିହାରରୁ ମୋଦିଙ୍କ ଭ୍ରଷ୍ଟ ଶାସନର ଅନ୍ତିମ ଅଧ୍ୟାୟ ଆରମ୍ଭ ହେବ ବୋଲି କହିଛନ୍ତି ଖଡ଼ଗେ। ଏହି ବୈଠକ ପରେ ହୋଟେଲ ଚାଣକ୍ୟରେ ମହାଗଠବନ୍ଧନ ନେତାଙ୍କ ସହ ବୈଠକ କରିଥିଲେ ରାହୁଲ ଗାନ୍ଧୀ। ଏହି ବୈଠକରେ ଆସନ ଭାଗବଣ୍ଟା ସମେତ ଅନେକ ମହତ୍ତ୍ୱପୂର୍ଣ୍ଣ ବିନ୍ଦୁ ଉପରେ ଚର୍ଚ୍ଚା ହୋଇଛି। ବିଧାନସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟର ସଦସ୍ୟଙ୍କ ଏକତା ଦେଖାଇବା କଂଗ୍ରେସ ଓ ସହଯୋଗୀ ଦଳ ଲାଗି ଏହି ବୈଠକ ଜରୁରୀ ଥିଲା। ବିହାରରେ ଡବଲ ଇଞ୍ଜିନ ସରକାର ଦୁର୍ବଳ ହୋଇସାରିଛି। ଦେଶର ସମସ୍ତ ସଂସ୍ଥାକୁ କମଜୋର୍ କରିଦିଆଗଲାଣି ବୋଲି ଆରୋପ ଲଦିଛି କଂଗ୍ରେସ। ସିଡବ୍ଲୁସି ବୈଠକ ତ ଦିଲ୍ଲୀରେ ହୁଏ। ଏଥର ପାଟନାରେ କାହିଁକି ବୋଲି ପଚାରିଛନ୍ତି ବିଜେପି ସାଂସଦ ରବିଶଙ୍କର ପ୍ରସାଦ। ତା ପୁଣି ୮୫ ବର୍ଷ ପରେ। ଯେଉଁ ସଦାକତ ଆଶ୍ରମରେ କଂଗ୍ରେସର ସିଡବ୍ଲୁସି ବୈଠକ ବସିଛି। ସେଠାରେ ଜରାଜୀର୍ଣ୍ଣ ଅବସ୍ଥାରେ କାର୍ଯ୍ୟକାଳ ସରିବା ପରେ ଦେଶର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ରହୁଥିଲେ। ସେ ନିଜ ସାଂସଦ ପାଣ୍ଠିରୁ ସେଠାରେ ନୂଆ ଘର କରିଥିଲେ। କେବଳ ନିଜର ପଲିଟିକାଲ ବେନିଫିଟ୍ ଲାଗି ପାଟନାରେ ଏଥର କଂଗ୍ରେସ ସିଡବ୍ଲୁସି ବୈଠକ କରିଛି। ଜୟପ୍ରକାଶ ନାରାୟଣଙ୍କୁ ଗିରଫ କରାଗଲା। ଜଗଜୀବନ ରାମଙ୍କୁ ପ୍ରଧାନମନ୍ତ୍ରୀ କରି ଦିଆଗଲାନି। କଂଗ୍ରେସ ଚୁପ୍‌ ଥିଲା। ତା ହେଲେ ବିହାର ଲାଗି ଆଜି ଏତେ ଚିନ୍ତା କାହିଁକି। ଅସୁସ୍ଥତା ହେତୁ ସୋନିଆ ଗାନ୍ଧୀ ବୈଠକରେ ସାମିଲ୍ ହୋଇନଥିଲେ। ସିଡବ୍ଲୁସି ବୈଠକରେ ବିହାର ନିର୍ବାଚନ ପରିପ୍ରେକ୍ଷୀରେ ମାନସମନ୍ଥନ ହୋଇଛି। ଭୋଟ ଚୋରୀ, ମୋଦିଙ୍କ ବିଦେଶ ନୀତି ସନ୍ଦର୍ଭରେ ବିସ୍ତୃତ ଆଲୋଚନା ସହ ପରବର୍ତ୍ତୀ ଖସଡ଼ା ପ୍ରସ୍ତୁତ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *