ତ୍ରିପୁରାରୁ କଂଗ୍ରେସରୁ ୧୭ ପ୍ରାର୍ଥୀଙ୍କ ନାମ ଘୋଷଣା

Spread the love

ଅଗରତାଲା: ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୭ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସୁଦୀନ ରାୟ ବର୍ମନ ଅଗରତାଲାରୁ ନିର୍ବାଚନ ଲଢୁଥିବା ବେଳେ ଟାଉନ ବାର୍ଦୋବାଲିରୁ ଆଶିଷ କୁମାର ସାହା କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢିବେ।

ସେହିପରି କଂଗ୍ରେସ ତାର ଷ୍ଟାର ପ୍ରଚାରକ ସୂଚି ଜାରି କରାଯାଇଛି।  ଏହି ସୂଚିର ଆଗରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖରଗେ, ସାଂସଦ ରାହୁଲ ଗାନ୍ଧୀ, ଅଧୀର ରଞ୍ଜନ ଚୌଧୁରୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ହିମାଚଳ ମୁଖ୍ୟମନ୍ତ୍ରୀ ଏସଏସ ସୁକ୍‌ଖୁ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ସଚିନ ପାଏଲଟ ଓ ଅନ୍ୟମାନେ ସାମିଲ ଅଛନ୍ତି।

୧୬ ଫେବୃଆରୀରେ ତ୍ରିପୁରା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନର ଫଳାଫଳ ମାର୍ଚ୍ଚରେ ବାହାରିବ। ନିର୍ବାଚନ ପାଇଁ ନାମାଙ୍କନର ଅନ୍ତିମ ତାରିଖ ୩୦ ଜାନୁଆରୀରେ ଥିବା ବେଳେ ୩୧ ଜାନୁଆରୀରେ ନୋମିନେସନ ଯାଞ୍ଚ ହେବ।

Leave a Reply

Your email address will not be published. Required fields are marked *