ପୁଣି ରାହୁଲଙ୍କୁ ଅଧ୍ୟକ୍ଷ କରିବାକୁ ଦାବି

Spread the love

ନୂଆଦିଲ୍ଲୀ: ଦେଶରେ ମହଙ୍ଗା ମାଡ ବିରୋଧରେ କଂଗ୍ରେସର ରାଲିରେ ପୁଣି ରହୁଲ ଗାନ୍ଧୀଙ୍କୁ ଦଳର କମାଣ ସମ୍ଭାଳିବାକୁ ଦିଆଯାଇଛି ନାରାବାଜି। ରବିବାର ଦିନ କଂଗ୍ରେସର ହଲ୍ଲାବୋଲ ପାଇଁ ରାମଲୀଳା ମୈଦାନରେ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ।

ମୁଜାଫର ନଗରରୁ ଆସିଥିବା କଂଗ୍ରେସ ନେତା ଦିନେଶ ସିଂହ କହିଛନ୍ତି, ରାହୁଲ ଜୀ ଆମ ନେତା ଅଟନ୍ତି ଓ ତାଙ୍କ ଉପରେ ଆମର ପୂର୍ଣ୍ଣ ବିଶ୍ବାସ ହୋଇଛି କି, ସେ କଂଗ୍ରେସର ପୂର୍ବ ଗୌରବ ଫେରାଇବେ ଅଧ୍ୟକ୍ଷ ହୋଇ।

ରାମଲୀଳା ମୈଦାନରେ କେନ୍ଦ୍ର ସରକାର ବିରୋଧରେ ହମ୍ମଲା ବୋଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଜେପି ସରକାରରେ ବେରୋଜଗାରୀ, ଦରଦାମ ବୃଦ୍ଧି, ସାମ୍ପ୍ରଦାୟିକ ହିଂସାକୁ ବିରୋଧ କରି କଂଗ୍ରେସ ଏହି କାର୍ଯ୍ୟକ୍ରମ କରୁଥିବା ବେଳେ କିଛି କଂଗ୍ରେସ କର୍ମକର୍ତ୍ତା ବ୍ୟାନର ଓ ପୋଷ୍ଟର ମାଧ୍ୟମରେ ରାହୁଲଙ୍କୁ ଅଧ୍ୟକ୍ଷ ହେବାକୁ ଦାବି ଜଣାଇଥିଲେ।

ଗତ ଲୋକସଭା ନିର୍ବାଚନରେ କଂଗ୍ରେସର ହାର ପରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହା ପରଠାରୁ ଦଳର ଅନ୍ତରୀଣ ଅଧ୍ୟକ୍ଷା ଭାବେ ସୋନିଆ ଗାନ୍ଧୀ ଦାୟିତ୍ବ ତୁଲାଉଛନ୍ତି। ତେବେ ୨୨ ସେପ୍ଟେମ୍ବରକୁ ଦଳ ପକ୍ଷରୁ ଅଧ୍ୟକ୍ଷ ନିର୍ବାଚନ ପାଇଁ ଅଧିସୂଚନା ଜାରି ହେବ। ଏହା ପରେ ୨୪ରେ ନାମାଙ୍କନ ଦାଖଲ ଓ ଅକ୍ଟୋବର ୧୭ରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ।

Leave a Reply

Your email address will not be published. Required fields are marked *