କଂଗ୍ରେସ ପକ୍ଷରୁ ସୋମବାର ଦେଶବ୍ୟାପୀ ସତ୍ୟାଗ୍ରହ

Spread the love

କେନ୍ଦ୍ରର ଅଗ୍ନିପଥ ଯୋଜନାକୁ ନେଇ କଂଗ୍ରେସ ପକ୍ଷରୁ ସୋମବାର ଦେଶବ୍ୟାପୀ ସତ୍ୟାଗ୍ରହ ଦେଖିବାକୁ ମିଳଛି। ଦେଶର ସମସ୍ତ ବିଧାନସଭା  ମଣ୍ଡଳୀରେ ଅନୁଷ୍ଠିତ ହୋଇଛି ସତ୍ୟାଗ୍ରହ। କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁଠି ଆଜି ଶାନ୍ତିପୂର୍ଣ୍ଣ ବିରୋଧ କରାଯାଇଛି। ଦେଶର  ଓ ସେନାର ସୁରକ୍ଷା ପାଇଁ ବିପଦ ବୋଲି କଂଗ୍ରେସ ଅଭିଯୋଗ ଲଗାଇ ଆସୁଛି।

ଥମିବାର ନାମ ନେଉନି ଅଗ୍ନିପଥ ଯୋଜନାକୁ ବିରୋଧ। ଦେଶବ୍ୟାପୀ ଟ୍ରେନପୋଡି, ବିରୋଧ, ହିଂସାକାଣ୍ଡ ପରେ ସୋମବାର ଦିନ କଂଗ୍ରେସ ଯୋଜନା ବିରୋଧରେ କରିଛି ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ। ଏହି ଯୋଜନା ଭାରତୀୟସେନା ଓ ଦେଶ ସୁରକ୍ଷା ପାଇଁ ଶୁଭଙ୍କର ନୁହେଁ କହିବା ସହ ଏହାକୁ ପ୍ରତ୍ୟାହାର କରିବାକୁ ଦଳ ପକ୍ଷରୁ ଦାବି ହୋଇଛି। ଏହା ଯୁବପିଢିଙ୍କ ଜୀବନ ସହ ଖେଳ ବୋଲି କଂଗ୍ରେସ କହିଆସୁଛି। ଏଥିସହ ଏହି ଯୋଜନା ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ଓ ଯୁବପିଢିଙ୍କ ସହ ଖେଳିବା ପରି ଅଭିଯୋଗ କରିଛି କଂଗ୍ରେସ। ସୋମବାର ଅଗ୍ନିପଥ ଯୋଜନାକୁ ବିରୋଧ କରି ଜମ୍ମୁ, ପଶ୍ଚିମବଙ୍ଗ, ଲକ୍ଷ୍ନୌ,  ମୁମ୍ବାଇ, ଚେନ୍ନାଇ ଆଦି ବିଭିନ୍ନ ସହରରେ ସତ୍ୟାଗ୍ରହ ଦେଖିବାକୁ ମିଳିଛି।

ଜାତୀୟ କଂଗ୍ରେସର ଆହ୍ବାନକ୍ରମେ ଆଜି ମଧ୍ୟ ରାଜ୍ୟ ରାଜଧାନୀରେ ରାଜ୍ୟ କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ କରାଯାଇଛି। ସର୍କିଟ ହାଉସଠାରେ କଂଗ୍ରେସ ପକ୍ଷରୁ ବିରୋଧ। କଂଗ୍ରେସ ଜିଲ୍ଲା ସଭାପତି ଗଣ ଯୋଗଦେଇ ଅଗ୍ନିପଥକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିବା ସହ ଆଗାମୀ ଦିନରେ ଏହା ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଛି।

୧୪ ଜୁନରେ କେନ୍ଦ୍ରସରକାର ଅଗ୍ନିପଥ ଯୋଜନାର ଘୋଷଣା କରିଥିଲେ।  ଯୋଜନା ଅନୁଯାୟୀ, ୧୭-୨୩ ବର୍ଷର ଯୁବକ ସେନାର ଅଗ୍ନିପଥ ଯୋଜନାରେ ସାମିଲ ହୋଇ ପାରିବେ। ୪ ବର୍ଷ କାର୍ଯ୍ୟ ପରେ ୭୫ ପ୍ରତିଶତଙ୍କୁ ଅବସର ଦିଆଯିବା ବେଳେ ଦକ୍ଷତା ଆଧାରରେ ୨୫ ପ୍ରତିଶତଙ୍କୁ ସେନାରେ କାର୍ଯ୍ୟ କରିବାକୁ ଅନୁମତି ମିଳିବ ଓ ଅବସର ପରେ ପେନସନରେ ସାମିଲକରାଯିବ ନାହିଁ। ଏହାକୁ ନେଇ ଦେଶବ୍ୟାପୀ ସୃଷ୍ଟି ହୋଇଥିଲା ଝଡ।

ନବକିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *