ଦିଲ୍ଲୀର ମଦ ନୀତି ବେଷ୍ଟ ପଲିସି: ସିସୋଦିଆ

Spread the love

ନୂଆଦିଲ୍ଲୀ:  ମନିଶ ସିସୋଦିଆଙ୍କ ଘରେ ସିବିଆଇ ରେଡ ନେଇ ମିଡିଆ ଆଗରେ ମୁହଁ ଖୋଲିଲେ ସିସୋଦିଆ। କେନ୍ଦ୍ର ସରକାରକୁ ଅରବିନ୍ଦ କେଜରିୱାଲଙ୍କ ଲୋକପ୍ରିୟତା ଅସହ୍ୟ ହେଉଛି। ସେ ଦିଲ୍ଲୀର ମଦ ନୀତିକୁ ଦେଶର ସବୁଠାରୁ ଭଲ ପଲିସି କହିବା ସହ ଆହୁରି କହିଛନ୍ତି କି, ଆଗାମୀ ଦୁଇ ତିନି ଦିନରେ ମୋତେ ମଧ୍ୟ ଗିରଫ କରିଦିଆଯିବ।

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଶନିବାର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି କି, ଯେଉଁ ମଦ ନୀତିକୁ ନେଇ ବିବାଦ ଠିଆ କରାଯାଇଛି, ତାହା ଦେଶର ବେଷ୍ଟ ପଲିସି। ଦିଲ୍ଲୀ ସରକାର ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଲୋକପ୍ରିୟତା କେନ୍ଦ୍ରସରକାରକୁ ଅସହ୍ୟ ହୋଇଛି। ତେଣୁ ବିଭିନ୍ନ ଆଳ ଦେଖାଇ ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ବିରୋଧରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିକୁ ଅସ୍ତ୍ରକରି ବ୍ୟବହାର କରାଯାଉଛି।

ଆମେ ଦିଲ୍ଲୀର ମଦ ନୀତିକୁ ବିଶ୍ବାସନିୟତା ସହ ଲାଗୁ କରିଛୁ। କିନ୍ତୁ ଏହାକୁ ବିଫଳ କରିବାକୁ ଏଲଜି ହସ୍ତକ୍ଷେପ କରି ବଦଳାଇ ଦେଲେ। ଯଦି ଏଲଜି ଦିଲ୍ଲୀ ସରକାରର ନୀତିକୁ ବଦଳାଇ ନ ଥାନ୍ତେ ତେବେ ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କାର ଲାଭ ହୋଇଥାନ୍ତା। ୟ

ଏଥିସହ ସିସୋଦିଆ ଦିଲ୍ଲୀର ମଦ ନୀତିକୁ ମଦ୍ୟ ଉଚ୍ଚ କୋଟିର କହିଛନ୍ତି। ଏହାକୁ ଜାତୀୟସ୍ତରରେ ମଧ୍ୟ ପ୍ରଶଂସା କରାଯାଉଛି। ଦିଲ୍ଲୀସରକାର ନୀତିକୁ ବିଫଳ କରିବାକୁ ଷଡଯନ୍ତ୍ର କରାଯାଉଛି ଓ ବଦନାମ କରିବାକୁ ବିଭିନ୍ନ ମିଛ ମାମଲାରେ ଦିଲ୍ଲୀସରକାର ମନ୍ତ୍ରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

ତେବେ ମୁଁ ଯାଞ୍ଚରେ ସହଯୋଗ କରୁଛି ଓ ଆଗକୁ ମଧ୍ୟ ସହଯୋଗ କରିବି ବୋଲି କହିଛନ୍ତି ମନିଶ।  

Leave a Reply

Your email address will not be published. Required fields are marked *