ମୁଲାୟମଙ୍କ  ଆସନରୁ ବୋହୂ ଡିମ୍ପଲଙ୍କ ନାମାଙ୍କନ ଦାଖଲ

Spread the love

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ମୃତ୍ୟୁ ପରେ ଖାଲି ପଡିଥିବା ମୈନପୁରି ଲୋକସଭା ଆସନରେ ଉପନିର୍ବାଚନ ହେବାକୁ ଯାଇଛି। ଏହି ଆସନରୁ ପ୍ରାର୍ଥୀ ପତ୍ର ଦାଖଲ କଲେ ମୁଲାୟମଙ୍କ ବୋହୂ, ପୂର୍ବତନ ସାଂସଦ ତଥା ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ। ସମାଜବାଦୀ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

ମୈନପୁରି ଆସନ ସମାଜବାଦୀ ପାର୍ଟିର ଗଡ ଥିଲା। କିନ୍ତୁ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମଙ୍କ ମୃତ୍ୟୁ ଅକ୍ଟୋବର ୧୦ ତାରିଖରେ ଗୁରୁଗ୍ରାମସ୍ଥିତ ମେଦାନ୍ତା ହସ୍ପିଟାଲରେ ହେବା ପରେ ଏହି ଆସନ ଖାଲି ପଡିଥିଲା। ତେଣୁ ଡିସେମ୍ବର ୫ ତାରିଖରେ  ମୈନପୁରି ଉପ ନିର୍ବାଚନ ହେବାକୁ ଯାଉଛି। ଏହି ଦିନ ଓଡିଶାର  ପଦ୍ମପୁର, ରାଜସ୍ଥାନର ସର୍ଦାରସହର, ବିହାରର କୁହାନୀ, ଛତିଗଡର ଭାନୁପ୍ରତାପପୁର ଓ ଉତ୍ତର ପ୍ରଦେଶର ରାମପୁରରେ ଉପନିର୍ବାଚନ ହେବାକୁ ଯାଉଛି।  ରାମପୁର ଆସନ ଆଜମ ଖାନଙ୍କ ବିଧାୟକ ପଦ ରଦ୍ଦ ପରେ ଖାଲି ହୋଇଛି।

ପ୍ରାର୍ଥୀ ପତ୍ର ଦାଖଲ ପାଇଁ ନଭେମ୍ବର ୧୭ ତାରିଖ ଥିବା ବେଳେ ୧୮ରେ ସ୍କୃଟିନୀ ହେବ। ନଭେମ୍ବର ୨୧ ସୁଦ୍ଧା ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ପାରିବେ। ଭୋଟ ଗଣତି ଡିସେମ୍ବର ୮ ତାରିଖରେ ହେବ। ଏହି ଦିନ ହିମାଚଳ ଓ ଗୁଜୁରାଟରେ ମଧ୍ୟ ଫଳାଫଳ ପ୍ରକାଶ ପାଇବାକୁ ଯାଉଛି।

Leave a Reply

Your email address will not be published. Required fields are marked *