ଗୁଜୁରାଟ  ଓ ହିମାଞ୍ଚଳ ପ୍ରଦେଶ ନିର୍ବାଚନ ନେଇ ଜୋର ଧରିଛି ରାଜନୀତି

Spread the love

() ଗୁଜୁରାଟ  ଓ ହିମାଞ୍ଚଳ ପ୍ରଦେଶ ନିର୍ବାଚନ ନେଇ ଜୋର ଧରିଛି ରାଜନୀତି। ନିର୍ବାଚନ ଜିତିବା ପାଇଁ ଅଣ୍ଟା ଭିଡିଛନ୍ତି ୩ ପ୍ରମୁଖ ଦଳ। ଭୋଟଙ୍କୁ ଆକୃଷ୍ଟ କରିବା ପାଇଁ ଲଗେଇଛନ୍ତି ସମସ୍ତ ବଳ ଓ କୌଶଳ। ତେବେ ଆଜି ହିମାଚଳ ପ୍ରଦେଶ ନିର୍ବାଚନର ପ୍ରଚାର ଶେଷ ଦିନ ଥିବା ବେଳେ କମ୍ପଛି ମୈଦାନ। ବିଭିନ୍ନ ଦଳର ପ୍ରଚାରରେ ଦୁଲୁକୁଛି ହିମାଚଳପ୍ରଦେଶ। ସେପଟେ ଗୁଜୁରାଟ ନିର୍ବାଚନ ନେଇ ବିଭିନ୍ନ ଦଳ ଭୋଟଙ୍କ ଉପରେ ପ୍ରତିଶୃତ ବର୍ଷା କରିଥିବା ବେଳେ ବିଜେପି ୧୬୦ ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି।

ଦୁଇ ରାଜ୍ୟର ବିଧାନସଭା ନିର୍ବାଚନରେ ଜିତିବା ପାଇଁ ବିଭିନ୍ନ ଦଳ ପକ୍ଷରୁ ଚାଲିଛି ଯୋରଦାର କସରତ। ଭୋଟଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛି ପ୍ରତିଶୃତି ବର୍ଷା । ତେବେ ହିମାଚଳ ପ୍ରଦେଶ ନିର୍ବାଚନ ୧୨ ତାରିଖରେ ଥିବା ବେଳେ ଗୁଜୁରାଟ ନିର୍ବାଚନ ଡିସେମ୍ୱର ୧ ଏବଂ ୫ରେ ଅନୁଷ୍ଠିତ ହେବାକୁ ଯାଉଛି। ହିମାଚଳ ପ୍ରଦେଶର ନିର୍ବାଚନ ପ୍ରଚାରର ଆଜି ଶେଷ ଦିନ ଥିବା ବେଳେ କମ୍ପୁଛି ମୌଦାନ ।  ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ ପକ୍ଷରୁ ଚାଲିଛି କସରତ। ମୈଦାନରେ ହେଭିୱେଟ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଛି।

ସେପଟେ ହିମାଚଳବାସୀଙ୍କୁ ଚିଠି ଲେଖିଛନ୍ତି ମୋଦୀ।  ମୋଦୀଙ୍କ ଏହି ଚିଠିକୁ ରାଜ୍ୟର ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳିରେ ବଣ୍ଟନ କରାଯାଇଛି। ଏହି ଚିଠିରେ ସେ ଦେବଭୂମିରେ ବାସ କରୁଥିବା ସମସ୍ତ ଭାଇଭଉଣୀଙ୍କୁ  ଅଶୀଷ ମାଗିଛନ୍ତି। ରାଜ୍ୟବାସୀ ବିଜେପିକୁ ନିରନ୍ତର ଭଲପାଇବା ଦେଇଥିବାରୁ ମୋଦୀ ନିଜକୁ ଭାଗ୍ୟଶାଳୀ ବୋଲି କହିଛନ୍ତି। ଗତଥର ଭଳି ମଧ୍ୟ ବିଜେପି ସରକାର ଆପଣଙ୍କ ଆର୍ଶୀବାଦ ପାଇବ ଏବଂ ଜୟଯୁକ୍ତ ହେବ।  ହିମାଚଳରେ ପୁଣି ଫୁଟିବ ପଦ୍ମ ବୋଲି ମୋଦୀ ଚିଠିରେ ଲେଖିଛନ୍ତି। ଅନ୍ୟପଟେ ରାଜ୍ୟର ବିକାଶ ପାଇଁ ବିଜେପି ପକ୍ଷରୁ ୧୧ ଟି ଗୁରୁତ୍ୱପୂର୍ଣ୍ଣ ପ୍ରତିଶୃତି ଦିଆ ଯାଇଛି। ଯେଉଁଥିରେ କୃଷକ ଏବଂ ଯୁବପିଢ଼ିଙ୍କୁ ଆଗ୍ରାଧିକାର ମିଳିଛି।

 ଆସନ୍ତା ୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅନୁଯାୟୀ ସମସ୍ତ ଗ୍ରାମରେ ପକ୍କା ସଡକ ବ୍ୟବସ୍ଥା ରହିବ। ଡବଲ ଇଞ୍ଜିନର ସରକାରରେ ରାଜ୍ୟ  ଉନ୍ନତ ଏବଂ ଅଗ୍ରଣୀ ହେବ । ଆଜି ଶେଷ ପ୍ରଚାର ଦିନରେ ରାଜ୍ୟରେ ବଡବଡ ନେତାଙ୍କ ଗହଲି ଲାଗିଛି। କେବଳ ବିଜେପି ନୁହେଁ କଂଗ୍ରେସ ମଧ୍ୟ ଜୋରଦାର ପ୍ରଚାର କରିଛି। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ରାଜ୍ୟର ବିଭିନ୍ନ ଅଞ୍ଚଳରେ ରାଲି ସହ ବିଶାଳ ସଭାର ଆୟୋଜନ କରି ବିଜେପି ସରକାର ଉପରେ ବର୍ଷିଛନ୍ତି। ଡବଲ ଇଞ୍ଜିନର ସରାକର ରହି ମଧ୍ୟ ରାଜ୍ୟରେ ଆଖିଦୃଶିଆ ଉନ୍ନତି ହୋଇନଥିବା ଅଭିଯୋଗ କରିଛନ୍ତି କଂଗ୍ରେସ । ରାଜ୍ୟକୁ ପରିବର୍ତ୍ତନର ଆବଶ୍ୟକତା ରହିଛି । ରାଜ୍ୟବାସୀ ଏଥର ସଠିକ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ପ୍ରିୟଙ୍କା। ସେପଟେ ଆପ୍‌ ମଧ୍ୟ ନିର୍ବାଚନ ପ୍ରଚାରରେ ପଛରେ ପଡି ନାହିଁ ବିଭିନ୍ନ ମାଗଣା ଯୋଜନା ର ପ୍ରତିଶୃତି ବର୍ଷା କରିଛି ଆପ୍‌।

ସେପଟେ  ନିର୍ବାଚନ ବିଗୁଲ ବାଜିବା ପରେ ଚଳଚଞ୍ଚଳ ଗୁଜୁରାଟ। ଗୁଜୁରାଟ ବିଧାନସଭା ନିର୍ବାଚନ ଜିତିବା ପାଇଁ ସବୁଦଳ ନିଜ ପ୍ରଚାର , ରାଲି ଆରମ୍ଭ କରିଛନ୍ତି। ତେବେ ଏହାରି ମଧ୍ୟରେ ବିଜେପି ପକ୍ଷରୁ ପ୍ରର୍ଥୀ ପତ୍ର ଘୋଷଣା କରାଯାଇଛି।  ପ୍ରଥମ ତାଲିକାରେ ବିଜେପି ୧୬୦ ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ  ୮୯ ଜଣଙ୍କ ନାଁ ଏବଂ ଦ୍ବିତୀୟ ପର୍ଯ୍ୟାୟ ପାଇଁ  ୭୧ ଜଣ ପ୍ରାର୍ଥୀଙ୍କ ନାଁ ରହିଛି।  ଏହି ତାଲିକାରେ ୧୩ ଜଣ ଅନୁସୂଚିତ ଜାତି, ୨୦ ଜଣ ଅନୁସୂଚିତ ଜନଜାତି, ଏବଂ ୧୪ ଜଣ ମହିଳାଙ୍କୁ ଟିକେଟ ଦେଇଛି ଦଳ।

ଏହି ଲିଷ୍ଟରୁ ବଡବଡ ନେତାଙ୍କ ନାଁ ବାଦ ପଡିଛି। ଅନ୍ୟପଟେ ଗୁଜୁରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି, ନିତିନ ପଟେଲ ଚିଠି ଲେଖି ନିର୍ବାଚନରୁ ନାଁ ପ୍ରତ୍ୟାହାର କରିଛନ୍ତି। ତେବେ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀକୁ ଜାମନଗରରୁ ଟିକେଟ ଦେଇଛି ଦଳ। ସେପଟେ ଗୁଜୁରାଟ ନିର୍ବାଚନ ପାଇଁ ରାହୁଲ ଗାନ୍ଧୀ ପ୍ରତିଶ୍ରୃତିର ବର୍ଷା କରିଛନ୍ତି।  ଗୁଜୁରାଟ ବାସୀଙ୍କୁ ୮ ଟି ପ୍ରତିଶ୍ରୃତି ଦେଇଛନ୍ତି  ରାହୁଲ।  ରହୁଲ ବିଜେପିକୁ ଟାର୍ଗେଟ କରିକହିଛନ୍ତି ବିଜେପି ଡବଲ ଇଞ୍ଜିନ୍‌ ସରାକର ଲୋକକଙ୍କୁ ଧୋକ୍କା ଦେଇଛି। ରାଜ୍ୟରେ ପରିବର୍ତ୍ତନ ଆସିବା ଦରକାର। ରାଜ୍ୟବାସୀ କଂଗ୍ରେସକୁ ଚୟନ କଲେ ରାଜ୍ୟରେ ରୋଜଗାର ନୂଆ ସୁଯୋଗ ଆସିବ।  ୫ ଶହ ଟଙ୍କାରେ ସିଲିଣ୍ଡର , ୧୦ ଲକ୍ଷ ଯୁବକଙ୍କୁ ଚାକିରୀ, କୃଷକଙ୍କୁ ୩ ଲକ୍ଷ ପର୍ଯ୍ୟନ୍ତ ଋଣ ଛାଡର ପ୍ରତିଶୃତି ଦେଇଛନ୍ତି ରାହୁଲ।  ସେପଟେ ଗୁଜୁରାଟରେ ବିଜେପିକୁ ଟକ୍କର ଦେବା ପାଇଁ ଆପ୍‌ ମଧ୍ୟ ଅଣ୍ଟା ଭିଡିଛି।  ଗୁଜୁରାଟବାସୀଙ୍କୁ ନୂତନ ଦିଶା ଏବଂ ରାହାର ଆବଶ୍ୟକତା ରହିଛି ବୋଳି ଆପ୍‌ କହିଛି। ରାଜ୍ୟ ପରାଧିନ ଅବସ୍ଥାରେ ଅଛି ଏବେ ରାଜ୍ୟକୁ ସ୍ୱାଧିନତା ଆବଶ୍ୟକତା ରହିଛି କହି  ବିଜେପି ସରକାରକୁ କଟକ୍ଷା କରିଛି ଆପ୍‌। ତେବେ ଆପର ମନ୍ତିବ୍ୟକୁ ନେଇ କଡା ଜବାବ ଦେଇଛି ବିଜେପି। 

ଜୟଶ୍ରୀ ରଥଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *