ପଦ୍ମ ଧରିବେ ହାର୍ଦ୍ଦିକ…

Spread the love

କିଛି ଦିନ ତଳେ କଂଗ୍ରେସକୁ ବାଏ ବାଏ କରିଥିବା ଗୁଜୁରାଟର ପଟ୍ଟିଦାର ନେତା ହାର୍ଦ୍ଦିକ ପଟେଲ ବିଜେପି କ୍ୟାମ୍ପକୁ ଯିବେ। ଜୁନ୍ ୨ ତାରିଖରେ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହେବେ ହାର୍ଦ୍ଦିକ। ତେବେ ଦଳ ପରିବର୍ତ୍ତନ ନେଇ ହାର୍ଦ୍ଦିକଙ୍କୁ ନେଇ ତେଜିଛି ରାଜନୀତି।

ଗୁଜୁରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ ବିଜେପିର ବାହୁ ବନ୍ଧନରେ ବାନ୍ଧି ହେବେ। ଜୁନ୍ ୨ ତାରିଖରେ ଏଥିଲାଗି ଲଗ୍ନ ସ୍ଥିର ହୋଇଛି। ପ୍ରାୟ ୧୫ ହଜାର କାର୍ଯ୍ୟକର୍ତ୍ତାଙ୍କ ସହ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେବେ ହାର୍ଦ୍ଦିକ। କିଛି ଦିନ ତଳେ କଂଗ୍ରେସକୁ ବାଏ ବାଏ କରି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା ହାର୍ଦ୍ଦିକ ବିଜେପି ସହ ମିଶି ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ବଡ଼ କଥା ହେଲା, ଏକଦା ବିଜେପି ଉପରେ ହତ୍ୟା ଆରୋପ ଲଦିଥିବା ହାର୍ଦ୍ଦିକ ଶେଷରେ ବିଜେପିର ହାତ ଧରିବାକୁ ଯାଉଛନ୍ତି। ଯାହାକୁ ଦିନେ ଗାଳି ଦେଉଥିଲେ, ଏବେ ତାହା ଲାଗି ତାଳି ବଜାଇବେ ହାର୍ଦ୍ଦିକ।

Leave a Reply

Your email address will not be published. Required fields are marked *