ପୁଣି ବିଦେଶ ଗସ୍ତରେ ରାହୁଲ ଗାନ୍ଧୀ

Spread the love

କଂଗ୍ରେସର ପୂର୍ବତନ ସଭାପତି ତଥା ୱାୟନାଡ ଲୋକସଭା ସାଂସଦ ରାହୁଲ ଗାନ୍ଧୀ ଆଜି ପୁଣି ଥରେ ବିଦେଶ ଗସ୍ତରେ ଯାଇଛନ୍ତି। ପାର୍ଟି ସୂତ୍ରରୁ ଦିଆଯାଇଥିବା ସୂଚନା ଅନୁଯାୟୀ,  କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗାଳବାର ସକାଳେ ବିଦେଶ ଯାତ୍ରା କରିଛନ୍ତି। ଜୁଲାଇ ୧୭ ରବିବାର ସୁଦ୍ଧା ଭାରତ ଫେରିବେ ବୋଲି ସୂଚନା ଦିଆଯାଇଛି। ତେବେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ କି ସେ ବିଦେଶକୁ କେଉଁ କାରଣ ପାଇଁ ଯାତ୍ରା କରିଛନ୍ତି। ବ୍ୟକ୍ତିଗତ ଟୁରରେ ନା ଅଫିସିଆଲ ଟୁରରେ ଯାଇଛନ୍ତି ତାହା ଜଣା ପଡିନାହିଁ। ସେ କେଉଁ ଦେଶ ପରିଦର୍ଶନ କରିବାକୁ ଯାଇଛନ୍ତି ତାହା ମଧ୍ୟ ଜଣାନାହିଁ। ରାହୁଲ ଗାନ୍ଧୀ ୧୭ ଜୁଲାଇ ଆର୍ଥାତ୍ ସଂସଦ ଅଧିବେସନ ପୂର୍ବରୁ ଫେରି ଆସିବେ।

 ଆପଣଙ୍କୁ କହି ରଖିବୁ ଯେ, ସଂସଦର ମୌସୁସୀ ଅଧିବେଶନ ଜୁଲାଇ ୧୮ରୁ ଆରମ୍ଭ ହୋଇ  ୬ ଅଗଷ୍ଟରେ  ଶେଷ ହେବ। ୧୮ ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ଏବଂ ୬ ଅଗଷ୍ଟରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏହା ବ୍ୟତୀତ ସୋନିଆ ଗାନ୍ଧୀଙ୍କୁ ୨୧ ଜୁଲାଇରେ ଇଡି ଜେରାର ସମ୍ମୁଖୀନ ହେବାକୁ ଅଛି। ଏପରି ସମୟରେ ରାହୁଲଙ୍କ ବିଦେଶ ଗସ୍ତ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *