ଗଡକରୀ, ଶିବରାଜ ବିଜେପି ସଂସଦୀୟ ବୋର୍ଡରୁ ଆଉଟ

ନୂଆଦିଲ୍ଲୀ: ବିଜେପିର ସଂସଦୀୟ ବୋର୍ଡରେ ବଡ ଧରଣର ପରିବର୍ତ୍ତନ। କେନ୍ଦ୍ର ମନ୍ତ୍ରୀ ନୀତିତ ଗଡକରୀ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କୁ ସଂସଦୀୟ ବୋର୍ଡରୁ ହଟାଇ ଦିଆଯାଇଛି। ଦୁଇ ନେତାଙ୍କୁ ବିଜେପିର କେନ୍ଦ୍ରୀୟ ଚୟନ ସମିତି ବାହାର କରିଛନ୍ତି।

ଗୋଟିଏ ପଟେ ଗଡକରୀ ଓ ଚୌହାନଙ୍କୁ ବୋର୍ଡରୁ ବାହାର କରିଥିବା ବେଳେ ବିଏସ ୟେଦୁରପ୍ପା, ସୁଧା ଯାଦବ, ଇକବାଲ ସିଂହ ଲାଲପୁରା, ସର୍ବାନନ୍ଦ ସୋନୋବାଲ, କେ ଲକ୍ଷ୍ମଣଙ୍କୁ ବୋର୍ଡରେ ସାମିଲ କରାଯାଇଛି।

ବର୍ତ୍ତମାନ ବୋର୍ଡର ଅଧ୍ୟକ୍ଷ ପୂର୍ବପରି ଜେପି ନଡ୍ଡା ରହିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ନରେନ୍ଦ୍ର ମୋଦି, ରାଜନାଥ ସିଂହ, ଅମିତ ଶାହ, ବିଏସ ୟେଦୁରପ୍ପା, ସର୍ବାନନ୍ଦ ସୋନୋବାଲ, କେ ଲକ୍ଷ୍ମଣ, ଇକବାଲ ସିଂହ ଲାଲପୁରା, ସୁଧା ଯାଦବ, ବିଏଲ ସଂନ୍ତୋଷ ରହିଛନ୍ତି।

ଏଥିସହ ବିଜେପିର କେନ୍ଦ୍ରୀୟ ଚୟନ ସମିତି ବି ଘୋଷଣା କରାଯାଇଛି। ଏଥିରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ, କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ, ଓମ ମାଥୁରଙ୍କୁ ସ୍ଥାନ ମିଳିଛି।  

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *