କେମିତି ଦେବେ ସୁଶାସନ

ଜମି ଆବଣ୍ଟନ ବି ଠିକ ଭାବେ ହେଉନି । ଭୂମିହୀନ ଲୋକେ କେମିତି ସଶକ୍ତ ହେବେ । କିଛି ଲୋକ ପଟ୍ଟା ପାଇଛନ୍ତି ହେଲେ ଜମି ଦଖଲ ମିଳିନି । ସେମାନଙ୍କୁ ଚି଼ହ୍ନଟ କରି ଜମି ଦେବାକୁ ଦାବି କଲେ ବିଜେଡି ବିଧାୟକ ଗଣେଶ୍ୱର ବେହେରା । ଦାନା ବାତ୍ୟାରେ ତିନି ଜଣଙ୍କର ମୃତ୍ୟୁ ହେଲା ।ସରକାର ତାକୁ ବାତ୍ୟା ଜନିତ ମୃତ୍ୟୁ ନୁହେଁ କହିଲେ ।ତେବେ କାହିଁକି ପୋଷ୍ଟ ମର୍ଟମ ହେଲାନି ଏହାର ତଦନ୍ତ ହେଉ । ସରକାରଙ୍କ ସଫଳତା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଉପରେ ନିର୍ଭର କରେ । ବାତ୍ୟା ପରିଚାଳନା କ୍ଷେତ୍ରରେ ନବୀନ ପଟ୍ଟନାୟକ ସରକାର ଇତିହାସ ରଚିଛନ୍ତି । ଏହାକୁ ବର୍ତ୍ତମାନର ସରକାର ସ୍ୱୀକାର କରିବାରେ ଅସୁବିଧା କଣ ବୋଲି ପ୍ରଶ୍ନ କରିଛନ୍ତି ଗଣେଶ୍ୱର । ଏହାକୁ ସମୀକ୍ଷା କରି କାମ କଲେ ସୁଶାସନ ଦେଇ ପାରିବେ ରାଜ୍ୟ ସରକାର ବୋଲି ପରାମର୍ଶ ଚଳରେ କହିଛନ୍ତି ଗଣେଶ୍ୱର ବେହେରା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *