ଶପଥ ପୂର୍ବରୁ ବରପୁତ୍ରଙ୍କୁ ମାଲ୍ୟାର୍ପଣ

Spread the love

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ବରପୁତ୍ରଙ୍କୁ ମାଲ୍ୟାର୍ପଣ। ଗୋପବନ୍ଧୁ ଛକ ସମେତ ବିଭିନ୍ନ ସ୍ଥାନରେ ବରପୁତ୍ରଙ୍କ  ପ୍ରତ୍ତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ମୋହନ ମାଝୀ। ପ୍ରଭାତୀ ପରିଡା ଓ କେ.ଭି ସିଂଦେଓ ମଧ୍ୟ ମାଲ୍ୟାର୍ପଣ କରିଛନ୍ତି। ମାଲ୍ୟାର୍ପଣ ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ମୋହନ ମାଝୀ।  ଶପଥ ପାଠ ପାରେ ୧୦୦ ଦିନର କାର୍ଯ୍ୟକ୍ରମ ବାବଦରେ ଅବଗତ କରିବୁ। ସାଢେ ୪ କୋଟି ଓଡ଼ିଆଙ୍କ ବିକାଶ ପାଇଁ କାମ ଆରମ୍ଭ ହେବ । ଭୁବନେଶ୍ବର ଜନତା ମୈଦାନରେ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମୋହନ ମାଝୀ। ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପ୍ରଭାତୀ ପରିଡା ଓ କେ.ଭି ସିଂଦେଓ।

Leave a Reply

Your email address will not be published. Required fields are marked *