ପୁଞ୍ଜାଗୁଟ୍ଟାରେ ଆମ୍ବେଦକର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ କେସିଆରକୁ ଅନୁରୋଧ

Spread the love

ହାଇଦ୍ରାବାଦ: ତେଲେଙ୍ଗାନାର ବରିଷ୍ଠ କଂଗ୍ରେସ ନେତା  ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ଭି ହନୁମନ୍ଥ ରାଓ ଶୁକ୍ରବାର  ରାଜ୍ୟ ସରକାରଙ୍କୁ ପୁଞ୍ଜାଗୁଟ୍ଟାରେ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପୁନଃ ସ୍ଥାପନ ପାଇଁ ଅନୁରୋଧ କରିଛନ୍ତି। ୨୦୧୯ରେ ପୁଞ୍ଜାଗୁଟ୍ଟାରେ ଆମ୍ବେଦକରଙ୍କ ଏକ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହୋଇଥିଲା କିନ୍ତୁ ତାହାକୁ ମୁନସିପାଲିଟି କର୍ତ୍ତୃପକ୍ଷ ସେଠାରୁ ଉଠାଇନେଇଥିଲା।

କଂଗ୍ରେସ ନେତା ତେଲେଙ୍ଗାନାର ନୂଆ ସଚିବାଳୟର ନାମ ବି ଆର ଆମ୍ବେଦକରଙ୍କ ନାମରେ ନାମିତ କରିବା ନିଷ୍ପତ୍ତିକୁ ପ୍ରଶଂସା କରି  କହିଛନ୍ତି, ୨୦୧୯ ଏପ୍ରିଲ ୧୨ରେ ପୁଞ୍ଜାଗୁଟ୍ଟାରେ ଆମ୍ବେଦକରଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା କିନ୍ତୁ ତାର ପରଦିନ ସକାଳୁ ମୁନିସିପାଲିଟି ଏହାକୁ ସେଠାରୁ ଉଠାଇ ନେଇଥିଲା। ପରେ ଆଉ ଏକ ନୂଆ ମୂର୍ତ୍ତି ସେଠାକୁ ଅଣାଯାଇଥିଲା ଓ ତାହାକୁ ସେଠାରୁ ନେଇ ହାଇଦ୍ରାବାଦ ଥାନାରେ ସ୍ଥାପନ କରାଯାଇଥିଲା।

ରାଓ ଆହୁରି କହିଛନ୍ତି କି, ଆପଣ ସଚିବାଳୟକୁ ଆମ୍ବେଦକରଙ୍କ ନାମରେ କରି ତଥା ଜାତୀୟ ରାଜଧାନୀରେ ହେଉଥିବା ନୂଆ ସଂସଦ କୋଠାକୁ ବାବା ସାହେବଙ୍କ ନାମରେ କରିବାକୁ କେନ୍ଦ୍ର ସରକାରକୁ ଦେଇଥିବା ପ୍ରସ୍ତାବ ବହୁତ ଉଚ୍ଚକୋଟିର। ଆପଣ ବେଶ ଭଲ କାମ କରୁଛନ୍ତି। କିନ୍ତୁ ପୁଞ୍ଜାଗୁଟ୍ଟାରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଦେଉ ନାହାନ୍ତି। ଏହି ସମସ୍ୟାର ତୁରନ୍ତ ସମାଧାନ କରାଯିବା ଆବଶ୍ୟକ ଓ ଏପରି କରି ସାରା ରାଜ୍ୟକୁ ଓ ଦେଶକୁ ଏକ ଭଲ ସମ୍ବାଦ ଦେବାର ଆବଶ୍ୟକତା ରହିଥିବା କହିଛନ୍ତି ରାଓ।  

ସୂଚନାଯୋଗ୍ୟ, ଜୟ ଭୀମ କର୍ମକର୍ତ୍ତା ଓ ଅନ୍ୟ ସଂଗଠନର ଦାବି ଅନୁଯାୟୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ  ନୂତନ ସଂସଦ କୋଠାକୁ ବାବା ସାହେବ ଆମ୍ବେଦକରଙ୍କ ନାମରେ ନାମିତ କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ଏନେଇ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ଦ୍ବାରା ଏକ ଦାବି ଉପସ୍ଥାପନ କରାଯାଇଥିଲା ଓ ତାକୁ ନେଇ ରିଜୋଲୁସନ ପାସ କରାଯାଇଥିଲା।

Leave a Reply

Your email address will not be published. Required fields are marked *