ବିଜେଡିରେ ସାମିଲ ହେଲେ ଶତାଧିକ କଂଗ୍ରେସ ସମର୍ଥକ

Spread the love

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଳକ ଟନେଲ କ୍ୟାମ୍ପ ପଞ୍ଚାୟତର ଶତାଧିକ କଂଗ୍ରେସ କର୍ମୀ ମଦନଖସଲା ସାଂସଦ ପ୍ରତିନିଧିଙ୍କ ନେତୃତ୍ବରେ ସରପଞ୍ଚଙ୍କ ସହ ଗତକାଲି ବିଜେଡ଼ିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟ ଯୋଗୁଁ ଏଥିରେ ଅନୁପ୍ରାଣିତ ହୋଇ ସେମାନେ ଦଳରେ ମିଶିଥିବା ପଞ୍ଚାୟତ ଲୋକେ କହିଛନ୍ତି। ସରକାରଙ୍କ ବିଭିନ୍ନ ଯୋଜନା ଯେପରି ଫାଇଭ-ଟି ସ୍କୁଲ, ପ୍ରତ୍ୟେକ ଗ୍ରାମକୁ ରାସ୍ତା, ପିଇବା ପାଣିର ସୁବିଧା, ମେଡିକାଲର ସୁବିଧା, ମମତା ଯୋଜନା, ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ଯୋଜନା ପ୍ରଭୃତିରେ ମନମୁଗ୍ଧ ହୋଇ ବିଜେଡ଼ିରେ ଯୋଗ ଦେଇଥିବା କଥା କହିଛନ୍ତି ପଞ୍ଚାୟତବାସୀ। ଏହି ମିଶ୍ରଣ ପର୍ବରେ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଗୋପାଳକୃଷ୍ଣ ପଣ୍ଡା, ପର୍ଯ୍ୟବେକ୍ଷକ ସମୁଏଲ ନାୟକ, ଜିଲ୍ଲା ପରିଷଦ ଚେୟାରମ୍ୟାନ ସମାରି ତାଙ୍ଗୁଲୁ, ଚିତ୍ରକୋଣ୍ଡା ଚେୟାରମ୍ୟାନ ରାଜେଶ୍ଵରୀ ଖିଲ, ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ବିନୋଦ ବିହାରୀ ସାମନ୍ତରାୟ, ଯୁବ ସଭାପତି ତଥା ଚିତ୍ରକୋଣ୍ଡା ସମିତିସଭ୍ୟ ରାଜକମଲ ପୁରୋହିତ, ପର୍ଯ୍ୟବେକ୍ଷକ ବିଜିତ ସିଂ, ସୋମନାଥ ବରସେ, ଶିବ ଖରା, ଦେବେନ୍ଦ୍ର ଦାସ, ଚିତ୍ରକୋଣ୍ଡା ୧ ନମ୍ବର ଜୋନର ସଂଯୋଜକ ବାଜି ମାଝୀ, ୨ ନମ୍ବର ଜୋନର ଉଦୟ ମଦରି, ବାଲିମେଳାର ଯୁବ ବିଜେଡି ନେତା ମଙ୍ଗଳା ପାଙ୍ଗି ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *