ଲୋକସଭା ଭଙ୍ଗ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Spread the love

ତୃତୀୟ ପାଳିରେ ସରକାର ଗଢିବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଜନତା ପାର୍ଟି । ଲୋକସଭା ଭଙ୍ଗ କରିବା ପାଇଁ କେନ୍ଦ୍ର କ୍ୟାବିନେଟର ସୁପାରିଶ । ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସରକାର ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ୮ତାରିଖ ସନ୍ଧ୍ୟାରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନରେନ୍ଦ୍ର ମୋଦୀ । ଏଭଳି ହେଲେ ଦେଶର ଦ୍ୱିତୀୟ ନେତା ହେବେ ନରେନ୍ଦ୍ର ମୋଦୀ, ଯିଏ ଲଗାତାର ତୃତୀୟ ଥର ନିର୍ବାଚନ ଜିତି ପ୍ରଧାନମନ୍ତ୍ରୀ ହୋଇଛନ୍ତି । ପୂର୍ବରୁ ଏହି ରେକର୍ଡ କେବଳ ଜବାହାର ଲାଲ ନେହେରୁଙ୍କ ନାଁରେ ରହିଛି ।

Leave a Reply

Your email address will not be published. Required fields are marked *