ମୁଣ୍ଡଳି ସେତୁ ଟୋଲ୍ ଗେଟ୍ ପଇସା ସରକାର ପାଉଛନ୍ତି ତ? – କଂଗ୍ରେସ

Spread the love

ଭୁବନେଶ୍ୱର : କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ମୁଣ୍ଡଳି ଚେକ୍ ଗେଟ୍‌ର କର୍ମଚାରୀମାନେ ଗତକାଲି ଛତିଶଗଡ଼ର ପର୍ଯ୍ୟଟକ ମାନଙ୍କ ଉପରେ କରିଥିବା ଆକ୍ରମଣକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ମୁଖପାତ୍ର ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ ବିବୃତିରେ କହିଛନ୍ତି ଯେ, ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସାରି ଛତିଶଗଡ଼ର ଭକ୍ତମାନେ ମୁଣ୍ଡଳି ଚେକ୍‌ଗେଟ ଦେଇ ଯିବା ସମୟରେ ଟୋଲ୍ ଗେଟ୍‌ର କର୍ମଚାରୀମାନେ ୫୦ ଟଙ୍କା ମହାସୁଲ ଜାଗାରେ ୫୦୦ ଟଙ୍କା ଦାବୀ କରିବାରୁ ଜଗନ୍ନାଥ ପ୍ରେମୀ ଭକ୍ତମାନେ ଏହାର ଦୃଢ଼ ପ୍ରତିବାଦ କରିଥିଲେ । ଫଳରେ କର୍ମଚାରୀମାନେ ସରକାରୀ ଗୁଣ୍ଡାଙ୍କ ଭଳି ସେମାନଙ୍କ ଉପରେ ଆକ୍ରମଣ କରି ଭକ୍ତଙ୍କ ଜଗନ୍ନାଥଙ୍କ ପ୍ରତିଥିବା ଧାର୍ମିକ ଭାବାବେଗକୁ କୁଠାରଘାତ କରିବା ସହ ଓଡ଼ିଶା ରାଜ୍ୟକୁ ନିନ୍ଦିତ କରିଛନ୍ତି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଆହତ ହୋଇଥିବା ଯାତ୍ରୀମାନଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଶ୍ରୀ ଜ୍ଞାନେନ୍ଦ୍ର ଆହୁରି କହିଛନ୍ତି ଯେ, ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ୧୯୯୫ ରୁ ୧୯୯୯ ମସିହା ଭିତରେ ଆଠଗଡ଼, ତିଗିରିଆ, ବଡମ୍ବା ଓ ନରସିଂହପୁରର ଜନସାଧାରଣଙ୍କ ସୁବିଧା ପାଇଁ ଆଜିକୁ ୨୫ ବର୍ଷ ତଳେ ଏହି ସେତୁ ଉଦ୍‌ଘାଟିତ କରିଥିଲେ । ସେବେଠାରୁ ସେତୁ ନିଗମ ଏହାର ଟୋଲ ମାହାସୁଲ ଆଦାୟ କରୁଛି । କିନ୍ତୁ ଏହି ମାହାସୁଲ ସରକାରଙ୍କ ଟ୍ରେଜେରିକୁ ଯାଉଛି ତ? ମୁଣ୍ଡଳି ଠାରେ କେତେକ ଗୁଣ୍ଡା ସବୁ ସମୟରେ ଯାତ୍ରୀଙ୍କ ଉପରେ ଏଭଳି ଆକ୍ରମଣ ସରକାରୀ ଦଳର ପ୍ରୋତ୍ସାହନରେ କରୁଛନ୍ତି । ସରକାର ତୁରନ୍ତ ଆକ୍ରମଣକାରୀଙ୍କୁ ଗିରଫ କରିବା ସହ ସେଠାରେ ହେଉଥିବା ବେଆଇନ୍ ଟୋଲ୍ ଆଦାୟକୁ ବନ୍ଦ କରନ୍ତୁ ବୋଲି ଡଃ ଜ୍ଞାନେନ୍ଦ୍ର ଦୃଢ଼ ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *