ଅବଦ୍ଦୁଲାଙ୍କୁ ଧୋଇଲେ ମୁଫତି। ଜମ୍ମୁ କଶ୍ମୀରକୁ ନିଜର ସାମ୍ରାଜ୍ୟ ବୋଲି କେମିତି ଭାବୁଛି ନାସନାଲ କନଫରେନ୍ସ ଦଳ ବୋଲି ଗର୍ଜିଛନ୍ତି ମେହେବୁବା ମୁଫତି। ୧୯୮୭ରେ ତ ନିଜେ ନାସନାଲ କନଫରେନ୍ସ ନିର୍ବାଚନରେ ବ୍ୟାପକ ଅନିୟମିତତା କରିଥିଲା। ସେମାନେ କୌଣସି ତୃତୀୟ ଫୋର୍ସକୁ ଆଗକୁ ଆଣିବାକୁ ଦେଉନଥିଲେ। ଯଦି ଜମାତ-ଇ-ଇସଲାମି ଏଥର ନିର୍ବାଚନ ଲଢ଼ିବାକୁ ଚାହୁଁଛି, ତାହେଲେ ଭଲ କଥା। ସରକାର ଏହି ସଂଗଠନ ଉପରୁ ବ୍ୟାନ୍ ଉଠାଇଦେବା ଦରକାର। ସଂଗଠନର ଯାହା ସଂସ୍ଥା, ସମ୍ପତ୍ତି ସିଜ୍ ହୋଇଛି, ଫ୍ରିଜ୍ ହୋଇଛି, ଏହାକୁ ପୁଣିଥରେ ଫେରାଇଦେବାର ଆବଶ୍ୟକତା ଅଛି। ୨୨ ବର୍ଷ ହେଲା ନିର୍ବାଚନରେ ଲଢ଼ୁନଥିଲେ। ଜମ୍ମୁକଶ୍ମୀରକୁ ସ୍ୱାଧୀନତା ଦେବୁ। ପାକିସ୍ତାନ ସହ ଯିବୁ ବୋଲି କହିଆସୁଥିଲେ। ଯେତେବେଳେ ନିର୍ବାଚନ ଜିତୁଥିଲେ ଓ କ୍ଷମତାରେ ଥିଲେ, ସେତେବେଳେ ନିର୍ବାଚନ ହଲାଲ୍ ହେଉଥିଲା। କିନ୍ତୁ ହାରିଗଲେ କେମିତି ହାରାମ୍ ହୋଇଯାଉଛି ବୋଲି ପଚାରିଛନ୍ତି ମୁଫତି। ଚୌକି ମିଳିଲେ ନିର୍ବାଚନ ହଲାଲ୍ ଓ ଚୌକି ଚାଲିଗଲେ ହାରାମ୍ ହୋଇଯାଉଛି ଏନସି ଦଳ ପାଇଁ।
Naxatra News is now on Whatsapp
Join and get latest news update delivered to you via whatsapp
Join Now