ପୁଣି ବିବାଦରେ କଙ୍ଗନା ରାଣାୱତ

ପୁଣି ଥରେ ଚର୍ଚ୍ଚାରେ ବିଜେପି ସାଂସଦ କଙ୍ଗନା ରାଣାୱତ । ଚାଷୀଙ୍କ ସବୁଠାରୁ ବଡ଼ ଆନ୍ଦୋଳନ ଯୋଗୁଁ ପ୍ରତ୍ୟାହାର ହୋଇଥିବା ୩ କୃଷି ଆଇନକୁ କେନ୍ଦ୍ର ସରକାର ପୁଣିଥରେ ଲାଗୁ କରନ୍ତୁ ବୋଲି କଙ୍ଗନା କହିଛନ୍ତି। ଏହାକୁ ନେଇ ଆରମ୍ଭ ହୋଇଛି ବିବାଦ। ବର୍ତ୍ତମାନ ହରିୟାଣା ବିଧାନସଭା ନିର୍ବାଚନ ସମୟରେ ସେ କଂଗ୍ରେସକୁ ଏକ ବଡ଼ ପ୍ରସଙ୍ଗ ଦେଇଛନ୍ତି।ତେବେ କଙ୍ଗନାଙ୍କ ଏହି ବିବୃତ୍ତି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କୃଷି ଆଇନ ଉପରେ ନିଜର ମତାମତ ଦେବାବେଳେ ବିଜେପି ସାଂସଦ କହିଛନ୍ତି ଯେ, ତାଙ୍କ ବିବୃତ୍ତି ବିବାଦୀୟ ହୋଇପାରେ, କିନ୍ତୁ ଚାଷୀଙ୍କ ପାଇଁ ଲାଭଦାୟକ । ଏହି ଆଇନଗୁଡିକ ଫେରାଇ ଆଣିବା ଉଚିତ୍। କୃଷକମାନେ ନିଜେ ଏହା ଦାବି କରିବା ଉଚିତ୍। ଦେଶର ବିକାଶରେ କୃଷକମାନେ ଏକ ମୁଖ୍ୟ ସ୍ତମ୍ଭ ଅଟନ୍ତି ଏବଂ ମୁଁ ଚାହୁଁଛି ଯେ ଏହି ତିନୋଟି ଆଇନ, ଯାହା ଉପରେ କେତେକ ରାଜ୍ୟ ଆପତ୍ତି ଉଠାଇଥିଲେ, ତାହା କାର୍ଯ୍ୟକାରୀ କରାଯାଉ। ତେବେ କଙ୍ଗନା ରାନାୱତଙ୍କ ଏହି ବିବୃତ୍ତିକୁ ନେଇ ବିବାଦ ହୋଇଥିବା ବେଳେ କଂଗ୍ରେସ ଏହି ବିବୃତ୍ତି ହାତକୁ ନେଇଛି। କଂଗ୍ରେସ କଙ୍ଗନାଙ୍କ ବିବୃତ୍ତିରେ ଆପତ୍ତି ଉଠାଇ କହିଛି ଯେ, ଦେଶର ୭୫୦ରୁ ଅଧିକ କୃଷକ ସହିଦ ହୋଇଥିଲେ, ସେତେବେଳେ ହିଁ ମୋଦୀ ସରକାରର ନିଦ ଭାଙ୍ଗିଥିଲା । ବର୍ତ୍ତମାନ ବିଜେପି ସାଂସଦମାନେ ଏହି ଆଇନ ପ୍ରତ୍ୟାହାର କରିବାକୁ ଯୋଜନା କରୁଛନ୍ତି। କଂଗ୍ରେସ ଚାଷୀଙ୍କ ସହ ଅଛି। ନରେନ୍ଦ୍ର ମୋଦୀ ଏବଂ ତାଙ୍କ ସାଂସଦମାନେ ଯେତେ ଚେଷ୍ଟା କଲେ ମଧ୍ୟ ଏହି କଳା ନିୟମର ପ୍ରତ୍ୟାବର୍ତ୍ତନ ହେବ ନାହିଁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *