ଦେଶର ସମୃଦ୍ଧି ପାଇଁ ଲକ୍ଷ୍ମୀ- ଗଣେଷଙ୍କ ଛବି କରେନ୍ସରେ ଜରୁରୀ: କେଜରିୱାଲ

Spread the love

ନୂଆଦିଲ୍ଲୀ: ଦେଶର ସମୃଦ୍ଧି ପାଇଁ କେନ୍ଦ୍ରକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ପ୍ରମୁଖ ଅରବିନ୍ଦ କେଜରିୱାଲଙ୍କ ଏକ ଦାବି। ଭାରତୀୟ ନୋଟରେ ମା ଲକ୍ଷ୍ମୀ ଓ ଗଣେଷଙ୍କ ଛବି ରଖିବାକୁ କହିଲେ କେଜରିୱାଲ। ତାଙ୍କ ବିଶ୍ବାସ ଏପରି କଲେ ଦେଶର ଅଭିବୃଦ୍ଧି ଓ ବିକାଶ ଦ୍ରୁତ ବେଗରେ ସମ୍ଭବ ହେବ।

କେଜରିୱାଲ କେନ୍ଦ୍ରକୁ ଅପିଲ କରି କହିଛନ୍ତି କି, ଆମେ ସବୁ ଚାହୁଁଛୁ କି, ଭାରତ ବିକଶିତ ଦେଶ ହେଉ। ଦେଶର ପ୍ରତିଟି ପରିବାର ସମୃଦ୍ଧ ହୁଅନ୍ତୁ। ଏଥିପାଇଁ ଅନେକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଆମେ ଦେଖିଛୁ କି, ଯେଉଁ ଲୋକ ବି ବ୍ୟବସାୟ ବାଣିଜ୍ୟ କରୁଛନ୍ତି, ସେମାନେ ଲକ୍ଷ୍ମୀ ଓ ଗଣେଷଙ୍କ ମୂର୍ତ୍ତି ଲଗାଇଥାନ୍ତି।  ତେଣୁ ସେ କେନ୍ଦ୍ର ସରକାରକୁ ଅପିଲ କରି କହିଛନ୍ତି କି, ଆମ କରେନ୍ସିରେ ଗାନ୍ଧୀଙ୍କ ଛବି ରହିବା ଆବଶ୍ୟକ। ଏଥିସହ ନୋଟର ଅନ୍ୟ ପାଖରେ ଲକ୍ଷ୍ମୀ ଓ ଗଣେଷଙ୍କ ଛବି ଲଗାଯାଉ।

ତେବେ ଏଥିପାଇଁ ସେ ନୋଟର ପରିବର୍ତ୍ତନ କରିବାକୁ କହୁନଥିବା ସ୍ପଷ୍ଟ କରିବା ସହ କହିଛନ୍ତି, ଯେଉଁ ନୂଆନୋଟ ଛପା ଯାଉଛି,  ତା ଉପରେ ଲକ୍ଷ୍ମୀ ଓ ଗଣେଷଙ୍କ ଛବି ଛପାଇବା କାମ ଆରମ୍ଭ କରିପାରିବା। ଧୀରେ ଧୀରେ ନୂଆ ନୋଟର ସର୍କୁଲେସନ ବଢିବ। କେଜରିୱାଲ ନିଜ ଯୁକ୍ତିକୁ ଆହୁରି ବଳିଷ୍ଠ କରିବାକୁ ଇଣ୍ଡୋନେସିଆର ଉଦାହରଣ ଦେବାକୁ ମଧ୍ୟ ପଛାଇ ନାହାନ୍ତି।

ସେ କହିଛନ୍ତି, ଇଣ୍ଡୋନେସିଆ ଏକ ମୁସଲିମ ବହୁଳ ରାଷ୍ଟ୍ର। ସେଠାରେ ୮୫ ଭାଗ ମୁସଲମାନ ରହୁଛନ୍ତି ଓ ହିନ୍ଦୁ ମାତ୍ର ୨ ପ୍ରତିଶତ ରହିଛନ୍ତି। କିନ୍ତୁ ସେଠାର କରେନ୍ସିରେ ଗଣେଷଙ୍କ ଛବି ରହିଛି। ତେଣୁ ମୋର ବିଶ୍ବାସ କି, ଏହା ଏପରି କରିବା ଜରୁରି ଅଟେ ଓ ସରକାରକୁ ଏହା ଉପରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

ତେବେ ଆଗକୁ ଗୁଜୁରାଟ ନିର୍ବାଚନ ଥିବାରୁ, ଗୁଜୁରାଟବାସୀଙ୍କ ଧର୍ମୀୟ ଭାବନାକୁ ନେଇ ହିନ୍ଦୁ କାର୍ଡ ଖେଳିଛନ୍ତି କେଜରିୱାଲ।

Leave a Reply

Your email address will not be published. Required fields are marked *