ସରକାରୀ ବଙ୍ଗଳା ଛାଡିଲେ ଅରବିନ୍ଦ କେଜରିୱାଲ

ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶୁକ୍ରବାର ସରକାରୀ ବଙ୍ଗଳା ଛାଡିଦେଇଛନ୍ତି । କେଜରିୱାଲ ବର୍ତ୍ତମାନ ୫ ଫିରୋଜଶାହା ରୋଡ୍ ରେ ଥିବା ବଙ୍ଗଳାରେ ବାସ କରିବେ ବୋଲି ଜଣାପଡିଛି । ଆପ୍ ମୁଖ୍ୟାଳୟ ନିକଟରେ ଥିବା ବଙ୍ଗଳାକୁ ପୂର୍ବରୁ ପଞ୍ଜାବର ଆପ୍ ରାଜ୍ୟସଭା ସାଂସଦ ଅଶୋକ ମିତ୍ତଲଙ୍କୁ ଆବଣ୍ଟନ କରାଯାଇଥିଲା । ଅପରପକ୍ଷରେ ବରିଷ୍ଠ ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ରାଜେନ୍ଦ୍ରପ୍ରସାଦ ରୋଡ୍ ସ୍ଥିତ ବଙ୍ଗଳା ଆବଣ୍ଟନ କରାଯାଇଛି ।

ଅବକାରୀ ଦୁର୍ନିତୀ ମାମଲାରେ ସୁପ୍ରିମକୋର୍ଟ ଦ୍ବାରା ଜାମିନ ପାଇବା ପରେ କେଜିରୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବେଳେ ଅତୀଶଙ୍କୁମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ କରାଯାଇଛି । ଏହି ପରିପେକ୍ଷିରେ କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବଙ୍ଗଳା ଛାଡିବାକୁ ପଡିବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *