ନିତୀଶଙ୍କୁ କୁଶୱାହାଙ୍କ ଟାର୍ଗେଟରେ ଲାଗୁନି ଲଗାମ

Spread the love

()-ଜେଡିୟୁ ସଂସଦୀୟ ବୋର୍ଡର ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହା ଏବଂ ମୁଖ୍ୟମନ୍ତ୍ରୀ ନୀତିଶ ଥମୁନି ବିବାଦ। ଉପେନ୍ଦ୍ର କୁଶୱାହା ନୀତିଶ କୁମାରଙ୍କ ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଲାଲୁ-ନୀତିଶ ଯୋଡି ଉପରେ ହମଲା କରିବା ସହିତ ଦୁହିଁଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି।

ଦୁହେଁ ୩୫ ବର୍ଷ ହେଲା ଶାସନ କରିଛନ୍ତି, ହେଲେ ଏହି ସମୟ ଭିତରେ ପଛୁଆ ବର୍ଗଙ୍କ ହକକୁ ଛଡାଇ ନିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ଆରଜେଡିର ଲୋକମାନେ ୧୦ ପ୍ରତିଶତ ଲୋକଙ୍କ ଶାସନର କଥା କହି ୯୦ ପ୍ରତିଶତ ଲୋକଙ୍କ ହକର କଥା କହୁଛନ୍ତି। ହେଲେ ସତ ହେଉଛି, ଆଜି ବି ମାତ୍ର ୧୦ ପ୍ରତିଶତ ଲୋକ ସତ୍ତା ସହ ଜଡିତ ଅଛନ୍ତି । ରାଜ୍ୟର ୯୦ ପ୍ରତିଶତ ଲୋକ ଏବେ ବି ଶାସନଠାରୁ ଦୂରରେ ଥିବା ସେ କହିଛନ୍ତି ।

ଉପେନ୍ଦ୍ର କୁଶୱାହା ଆରଜେଡିକୁ ନିଶାନା କରିବା ସହିତ ବିହାରରେ କେବଳ ଗୋଟିଏ ପରିବାରର ଶାସନ ଚାଲିଛି ବୋଲି କହିଛନ୍ତି । ଆରଜେଡିର ବିରୋଧରେ ଜେଡିୟୁର ଜନ୍ମ ହୋଇଛି। ହେଲେ ଆଜି ନୀତିଶ କୁମାର ପୂର୍ବ କଥାକୁ ଭୁଲି ସାରିଲେଣି। ତେବେ ଲୋକମାନେ କିନ୍ତୁ ଏହି କଥା ବୁଝିବା ଉଚିତ୍ ବୋଲି ଉପେନ୍ଦ୍ର କୁଶୱାହା କହିଛନ୍ତି। ଆରଜେଡି ସହିତ ତାଙ୍କର କଣ ଡିଲ୍ ହୋଇଛି ବୋଲି ସେ ପ୍ରଶ୍ନ କରିଥିଲେ । ଯାହାକୁ ନେଇ ଏବେ ବିହାର ରାଜନୀତି ସରଗରମ ରହିଛି।

Leave a Reply

Your email address will not be published. Required fields are marked *