ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିଦ୍ୟୁତ୍ ମନ୍ତ୍ରୀ ଆତିଶି ଉପରାଜ୍ୟପାଳ ତଥା ବିଜୁଳୀ କମ୍ପାନୀଗୁଡିକ ଉପରେ ଫ୍ରି ବିଜୁଳି ଯୋଗାଣ ବନ୍ଦ କରିବାର ଷଡଯନ୍ତ୍ର ଅଭିଯୋଗ ଆଣିଛନ୍ତି। ଆତିଶି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି, ଦିଲ୍ଲୀ ସରକାର ଗତ ୮ ବର୍ଷରେ ମାଗଣା ବା ଶସ୍ତା ବିଜୁଳୀ ପାଇଁ ଯେତିକି ଅର୍ଥ ବିଦ୍ୟୁତ ବିତରଣକାରୀ କମ୍ପାନୀଗୁଡିକୁ ଦେଇଛନ୍ତି, ତାର ଅଡିଟ ସିଏଜି ଏମ୍ପନଲ୍ଡ ଆଡିଟର୍ସଙ୍କ ଦ୍ବାରା କରିବାକୁ ମୁଖ୍ୟମନ୍ତ୍ରୀ କେଜରିୱାଲ ନିର୍ଦ୍ଦେଶ ଦେଇଥିଲେ।
ସେ କହିଛନ୍ତି, ଦିଲ୍ଲୀରେ ମାଗଣା ବିଜୁଳି ଯୋଜନାକୁ ବନ୍ଦ କରିବାକୁ ଷଡଯନ୍ତ୍ର ଚାଲିଛି। ଏହି ମାମଲାରେ ଜଡିତ ଅନେକ ତଥ୍ୟ ଆସିଛି, ଯାହା ପ୍ରଶ୍ନ ଉଠାଉଛି। ଦିଲ୍ଲୀର ନିର୍ବାଚିତ ସରକାରର ବିଦ୍ୟୁତ୍ ମନ୍ତ୍ରୀଙ୍କୁ ଫାଇଲ ଦେଖାଯାଉନାହିଁ।
ଦିଲ୍ଲୀ ବିଦ୍ୟୁତ୍ ମନ୍ତ୍ରୀ ଆହୁରି କହିଛନ୍ତି କି, ୧୦ ମାର୍ଚ୍ଚକୁ ଦିଲ୍ଲୀରେ ଏଲଜି ସିଏସଙ୍କୁ ଫାଇଲ ପଠାଇ କ୍ୟାବିନେଟରେ ବିଜୁଳିକୁ ନେଇ ସଂଜ୍ଞାନ ନେବା କଥା ହୋଇଥିଲା, କିନ୍ତୁ ୧୫ ଦିନ ହେଲାଣି, ହେଲେ ଆମକୁ କୌଣସି ଫାଇଲ ଦେଖାଯାଉନାହିଁ। କଣ ଏଲଜିଙ୍କ ବିଜୁଳି କମ୍ପାନୀଗୁଡିକ ସହ କୌଣସି ବୁଝାମଣା ଅଛି? କାହିଁକି ଏଲଜି ଅଫିସରୁ ଆସୁଥିବା ଫାଇଲକୁ ଲୁଚାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ।
ଏଥସହ ଆତିଶି ଦିଲ୍ଲୀ ଲୋକଙ୍କ ଉଦ୍ଦେଶ୍ୟରେ କହିଛନ୍ତି କି, ଅରବିନ୍ଦ କେଜରିୱାଲ ସଂକଳ୍ପବଦ୍ଧ କି, ୨୪ ଘଣ୍ଟା ମାଗଣା ବିଜୁଳି ଦିଆଯିବ। କିନ୍ତୁ ଏହା ବିରୋଧରେ ହେଉଥିବା ଷଡଯନ୍ତ୍ର ଉପରେ ରୋକ ଲଗାଇବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ ଅଡିଟ ସିଏଜି ଏମ୍ପନଲ୍ଡ ଆଡିଟର୍ସଙ୍କ ଦ୍ବାରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ସରକାର ଯେଉଁ ପଇସା ଦେଇଛି, ତାହାକୁ ଡିଆଇଏସସିଓଏମଏସ କିପରି ବ୍ୟବହାର କରିଥିଲେ ତାହା ପଚରାଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now