ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତମ କହିଲେ- ଏହା ହେଉଛି  ଫିଲ୍ମର ସମାଜ ଉପରେ ପ୍ରଭାବ, ଇନ୍ଦୋରରେ ଝିଅର ମନ ହେଲା ପରିବର୍ତନ, ଅନ୍ୟ ଝିଅମାନେ ମଧ୍ୟ ନ୍ୟାୟ ପାଆନ୍ତୁ

Spread the love

ଭୋପାଳ : ଫିଲ୍ମ ‘ଦି କେରଳ ଷ୍ଟୋରି’କୁ ନେଇ କିଛିଦିନ ହେଲା ରାଜନୀତି ହେଉଛି । ପଶ୍ଚିମବଙ୍ଗ ପରି ରାଜ୍ୟ ଏହା ଉପରେ ରୋକ ଲଗାଇବାକୁ ମଧ୍ୟ ପଛକୁ ହଟିନାହିଁ, ଏହାପରେ ମଧ୍ୟ ଏହି ଫିଲ୍ମ ସଫଳତାର ସହିତ ତା’ ତୃତୀୟ ସପ୍ତାହ ମଧ୍ୟ ପୂର୍ଣ୍ଣ କରିବାକୁ ଯାଉଛି । ଫିଲ୍ମ ନେଇ ଜାଗରଣ ମଧ୍ୟ କିଛି ଏହିପରି ଆରମ୍ଭ ହୋଇଛି, ମଧ୍ୟପ୍ରଦେଶରେ ଜଣେ ଯୁବତୀର ମନ ପରିବର୍ତନ ହୋଇଛି ଏବଂ ସେ ସାହସ ଦେଖାଇ ଆଗକୁ ଆସିବାକୁ ନିଷ୍ପତି ଖାଲି ନେଇନାହିଁ, ବରଂ  ଯେଉଁ ଯୁବକ ଅନେକ ବର୍ଷ ହେଲା ତା’ର ଶୋଷଣ କରୁଥିଲା, ସେହି ଫୈଜାନ ବିରୁଦ୍ଧରେ ଏଫ୍‌ଆଇଆର୍ ମଧ୍ୟ ପଂଜୀକୃତ  କରିଛି ।

ଏହି ମାମଲାରେ ଏବେ ମଧ୍ୟ ପ୍ରଦେଶର ଗୃହମନ୍ତ୍ରୀ ଡା. ନରୋତମ ମିଶ୍ର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପରେ ଲକ୍ଷ୍ୟସାଧି ସାଙ୍କେତିକ ରୂପରେ ସେ ସମସ୍ତଙ୍କୁ ଘେରିଛନ୍ତି, ଯେଉଁମାନେ ଏହି ଫିଲ୍ମରେ ଦେଖାଇଥିବା ବର୍ଗ ବିଶେଷ ଏବଂ ସାଧାରଣ ବର୍ଗର ସମାଜର ସତ୍ୟକୁ ନକରାତ୍ମକ ଭାବେ ଆଲୋଚନାର କାମ କରୁଛନ୍ତି । ଡା, ମିଶ୍ର ସବୁଠାରୁ ପ୍ରଥମେ ଟ୍ୱୀଟରରେ ଲେଖିଛନ୍ତି- ଫିଲ୍ମ ଦ କେରଲା ଷ୍ଟୋରୀକୁ ଦେଖିବା ପରେ ଇନ୍ଦୋରର ଝିଅ ଆଗକୁ ଆସିଛି ଏବଂ ଫୈଜାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଇଛନ୍ତି । ମମତା ଦିଦିଙ୍କ ପରି ଲୋକ ଯେଉଁମାନେ ଫିଲ୍ମର ବିରୋଧ କରୁଛନ୍ତି, ତାଙ୍କୁ ମଧ୍ୟ ଏହି ସତ୍ୟତାକୁ ନେଇ ବୁଝିବା ଦରକାର ଯେ ଫିଲ୍ମ ସମାଜ ଉପରେ ଗଭୀର ପ୍ରଭାବ ପକାଏ ।

Leave a Reply

Your email address will not be published. Required fields are marked *