ମିଳିବନି ମୃତ୍ୟୁଦଣ୍ଡ…

Spread the love

ଫାଶୀ କୁ ନାଁ ବା ଫାଶୀ ଦଣ୍ଡ ମନା ।ଅପରାଧୀ ଙ୍କୁ ସଜାଡିବା ପାଇଁ ସୁଯୋଗ । ଅପରାଧ ଯେତେ ସାଂଙ୍ଘତିକ ହେଉ କି ଅପରାଧୀ ଯେତେ ଦୁର୍ଦ୍ଦାନ୍ତ ଫାଶୀ ଦଣ୍ଡ ମନା । ଏ ନିଷ୍ପତ୍ତି ଆମ ଦେଶରେ ନୁହଁ । ମୃତ୍ୟୁ ଦଣ୍ଡ ବାଧ୍ୟ୍ୟତାମୁଳକ ନୁହେଁ ବୋଲି କହିଛନ୍ତି ମ୍ୟାଲେସିଆ ସରକାର । ମୃତ୍ୟୁ ଦଣ୍ଡ ପରିବର୍ତ୍ତେ ରହିବ ବିକଳ୍ପ ଦଣ୍ଡ ବ୍ୟବସ୍ଥା । ଅପରାଧୀ କୁ ସୁଧାରିବା ପାଇଁ ଦିଆଯିବ ସୁଯୋଗ । ୨୦୧୮ ରେ ମ୍ୟାଲେସିଆ ସରକାର ଏହି ପ୍ରସ୍ତାବ ଆଗତ କରିଥିଲେ । ବର୍ତ୍ତମାନ ଏହା ଆଇନ ରେ ପରିଣତ ହେବାକୁ ଯାଉଛି ।

ଅପରାଧୀ କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ମୃତ୍ୟୁ ଦଣ୍ଡ ନୁହେଁ ବିକଳ୍ପ ଦଣ୍ଡବିଧାନ ରହିବ ତାହା ପୁଣି କୋର୍ଟ ଙ୍କ ଇଛାରେ । ଏହି ଘୋଷଣା କରିଛନ୍ତି ମ୍ୟାଲେସିଆ ସରକାର ର ଆଇନ ମନ୍ତ୍ରୀ ୱାନ ଜୁନାଇଦ ୟୁଆଙ୍କୁ ଜାଫର । ଏହାକୁ ଆଇନରେ ପରିଣତ କରିବା ପୁର୍ବରୁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି । ବିଶେଷଜ୍ଞ କମିଟି ରିପୋର୍ଟ ଆଧାର ରେ ଦଣ୍ଡ ବିଧାନ ବ୍ୟବସ୍ଥା କରାଯିବ । ୧୧ ଟି ଅପରାଧରେ ମୃତ୍ୟଦଣ୍ଡ ବ୍ୟବସ୍ଥା କୁ ବିକଳ୍ପ ଦଣ୍ଡାଦେଶକୁ ପରିଣତ କରାଯାଇଛି । ଆଗକୁ ୨୨ ଟି ଅପରାଧକୁ ଏହି ପ୍ରକିୟାରେ ସାମିଲ କରାଯିବ । ଖାଲି ବିକଳ୍ପ ଦଣ୍ଡ ବିଧାନ ନୁହେଁ ଉଭୟ ପକ୍ଷକୁ ସୁହାଇବା ଭଳି ବିକଳ୍ପ ଦଣ୍ଡ ବ୍ୟବସ୍ଥା ହେବ ।

ଅଭିଯୁକ୍ତ କୁ ଦଣ୍ଡ ମିଳିବା ସହ ଅପର ପକ୍ଷ ନ୍ୟାୟ ପାଇବ । ବର୍ତ୍ତମାନ ମ୍ୟାଲେସିଆ ରେ ଏହି ବ୍ୟବସ୍ଥା ଲାଗୁ ହୋଇ ନାହିଁ । କେବେ କାର୍ଯ୍ୟକାରୀ ହେବା ମ୍ୟାଲେସିଆ ସରକାର କୌଣସି ସଠିକ ସୁଚନା ଦେଇନାହାଁନ୍ତି । ଦକ୍ଷିଣ ପୁର୍ବ ଏସିଆରେ ଡ୍ରଗ ଆଇନ କଡାକଡି ଭାବରେ କାର୍ଯ୍ୟକାରୀ ହୁଏ । ଦେଶ ଦ୍ରୋହ, ଡ୍ରଗ୍ସ ଜନିତ ଅପରାଧ , ହତ୍ୟା ଓ ଧର୍ଷଣ ଭଳି ଘଟଣାରେ ମୃତ୍ୟୁଦଣ୍ଡା ଦେଶ ବ୍ୟବସ୍ଥା ରହିଛି ମ୍ୟାଲେସିଆ ରେ ।

ଆଣ୍ଟି ଡେଥ୍‌ ପେନାଲିଟି ଏସିଆ ନେଟୱାର୍କ ମ୍ୟାଲେସିଆ ସରକାରଙ୍କ ଏହି ନିଷ୍ପତ୍ତି କୁ ପ୍ରଶଂସା କରିଛି । ଏହି ବ୍ୟବସ୍ଥା କ୍ରିମିନାଲ ଜୁଡିସିଆଲ ବ୍ୟବସ୍ଥାରେ ସୁଧାର ଆଣିବ ।
ମ୍ୟାଲେସିଆ ସରକାର ଅନେକ କଥା ପୁର୍ବରୁ କହିଛନ୍ତି ଅନକେ ଘୋଷଣା କରିଛନ୍ତି କିନ୍ତୁ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇପାରିନାହିଁ । ବର୍ତ୍ତମାନ ଏହା ଉପରେ ସମସ୍ତ ଙ୍କ ନଜର ।

  • ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *