“ଅପରାଜିତା” ବିଲ୍ ପାରିତ କଲେ ମମତା

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ବ୍ୟାପକ ଆନ୍ଦୋଳନ ଭିତରେ ଐତାହାସିକ “ଅପରାଜିତା” ବିଲ୍ ପାରିତ କରିଛନ୍ତି ପଶ୍ଚିମବଙ୍ଗ ସରକାର । ଆଜି ବେଙ୍ଗଲର ମମତା ବାନାର୍ଜି ଙ୍କ ତୃଣମୂଳ କଂଗ୍ରେସ ସରକାର ଦୁଷ୍କର୍ମ ବିରୋଧୀ ଅପରାଜିତ ବିଲ୍ ପାରିତ କରିଛନ୍ତି । ଏହାସହ ପଶ୍ଚିମବଙ୍ଗ , ଦେଶର ପ୍ରଥମ ରାଜ୍ୟ ଭାବରେ ଦୁଷ୍କର୍ମ , ଗଣଦୁଷ୍କର୍ମ , ଏବଂ ଯୌନ ନିର୍ଯାତନା ଅପରାଧ ସହ ଜଡିତ କେନ୍ଦ୍ରିୟ ଆଇନରେ ସଂଶୋଧନ ଆଣିଛି ।

ଏହି ବିଲ୍ ପାରିତ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏହାକୁ ଐତିହାସିକ ଏବଂ ମଡେଲ ବୋଲି କହିଛନ୍ତି । ସେ କହିଛନ୍ତି ଏହି ବିଲ୍ ସରକାରୀ ଚାଳିତ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଦୁଷ୍କର୍ମ ଓ ହତ୍ୟା ଶିକା ହୋଇଥିବା ଟ୍ରେନି ଡାକ୍ତରଙ୍କ ପାଂ ଶ୍ରଦ୍ଧାଞ୍ଜଳି ସ୍ବରୂପ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *