ଆନ୍ଦୋଳନକାରୀ ଡାକ୍ତରଙ୍କୁ ଭେଟିଲେ ମମତା

କଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ପୀଡିତାଙ୍କୁ ନ୍ୟାୟ ଏବଂ ଡାକ୍ତରଙ୍କ ସୁରକ୍ଷା ଦାବିରେ ଆନ୍ଦୋଳନ ଚଲାଇଥିବା ଡାକ୍ତରଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଡାକ୍ତର ମାନଙ୍କ ସହ ଆଲୋଚନା ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ବୈଠକ ଆୟୋଜନ କରିଥିଲେ । କିନ୍ତୁ ବୈଠକକୁ କୈଣସି ଡାକ୍ତର ଆସିନଥିଲେ । ଫଳରେ ୨ ଘଣ୍ଟା ଅପେକ୍ଷା ପରେ ନିରାଶ ହୋଇ ଫେରିଆସିଥିଲେ ମମତା । କିନ୍ତୁ ଡାକ୍ତରମାନେ ଶନିବାର ସ୍ବାସ୍ଥ୍ୟ ଭବନ ସାମ୍ନାରେ ଆନ୍ଦୋଳନ କରୁଥିବା ସମୟରେ ସପ୍ରାଇଜ ଭିଜିଟ୍ କରିଥିଲେ ମମତା ।

ମମତା ଆନ୍ଦୋଳନ ସ୍ଥଳରେ ପହଞ୍ଚି ମାଇକ ଧରି ଡାକ୍ତରଙ୍କ ସହିତ କଥା ହେବାକୁ ଉଦ୍ୟମ କରୁଥିଲେ । କିନ୍ତୁ ଡାକ୍ତରମାନେ ସେଠାରେ ବିରୋଧ ପ୍ରଦର୍ଶନ କରିଥିଲେ । ମମତା ମାଇକ୍ ଧରି କହିଥିଲେ ଯେ , ମୁଁ ବି ଛାତ୍ର ଆନ୍ଦୋଳନ କରିଛି । ମୁଁ ବି ଆପଣ ସମସ୍ତଙ୍କ ପରି ଆଘାତ ପାଇଥିଲି । ଦୟା କରି ସମସ୍ତେ କାର୍ଯ୍ୟକୁ ଫେରନ୍ତୁ ବୋଲି କହିଛନ୍ତି ମମତା

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *