ଓଡ଼ିଶାର ଗାଁ ଗଣ୍ଡା ରେ ମାଇକ୍ରୋ ଫାଇନସ କମ୍ପାନୀ ମାନେ ଏବେ ଲୋକଙ୍କ ଉପରେ ଦାଉ ସାଧୁଛନ୍ତି – ବିଜେପି

Spread the love

ଭୁବନେଶ୍ୱର : ଓଡ଼ିଶାର ଗାଁ ଗଣ୍ଡାରେ ମାଇକ୍ରୋ ଫାଇନସ କମ୍ପାନୀ ମାନେ ଏବେ ଲୋକଙ୍କ ଉପରେ ଦାଉ ସାଧୁଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ମାଇକ୍ରୋ ଫାଇନସ କମ୍ପାନୀ ଦ୍ୱାରା ଋଣ ଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ପରିବାରଙ୍କୁ 20 ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ବିଜେପି ଦାବି କରିଛି ।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର କହିଛନତି ଯେ ଓଡ଼ିଶାରେ ଚିଟଫଣ୍ଡ ଫେରିଛି । ସେବେ ଯେମିତି ଚିଟଫଣ୍ଡ ରେ ରାଜ୍ୟବାସୀ ପେଶୀ ହେଇଥିଲେ ସେଥିରୁ ରାଜ୍ୟ ସରକାର କିଛି ଶିଖି ଲେନି । ଏବେ ଓଡ଼ିଶାର ଗାଁ ଗଣ୍ଡା ରେ ମାଇକ୍ରୋ ଫାଇନସ କମ୍ପାନୀ ଛତୁ ଫୁଟିଲା ଭଳି ମାତିଛନ୍ତି । ରାଜ୍ୟ ସରକାର ପଛପଟୁ ଏହି କମ୍ପାନୀ ମାନଙ୍କୁ ସପୋର୍ଟ କରୁଛନ୍ତି । ନବୀନ ବାବୁ ଙ୍କ ଲୋକମାନେ ଏହି କମ୍ପାନୀ ମାନଙ୍କ ପଛରେ ରହିଛନ୍ତି । ଏହି କମ୍ପାନୀ ମାନେ ଗାଁର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଟାର୍ଗେଟ କରୁଛନ୍ତି । ଆଉ ଗାଁର ଲୋକମାନେ ଭାବୁଛନ୍ତି ନବୀନ ବାବୁ ଏମାନଙ୍କୁ ପଠେଇଛନ୍ତି ଋଣ ଦେବା ପାଇଁ । ରାଜ୍ୟରେ ଗତ 7 ଦିନ ଭିତରେ 4 ଟି ଘଟଣା ଘଟିଛି ଯେଉଁଥିରେ ଫାଇନସ କମ୍ପାନୀ ଦ୍ୱାରା ନିର୍ଯାତିନା ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି ଋଣ ଗ୍ରହୀତା । ଫାଇନସ କମ୍ପାନୀ ମାନଙ୍କ ଉପରେ ରାଜ୍ୟ ସରକାରଙ୍କର କୌଣସି ନିୟନ୍ତ୍ରଣ ନାହିଁ ।

ସେ କହିଛନ୍ତି ଯେ ଏସକେଏସ କମ୍ପାନୀର କର୍ମଚାରୀ ବାନାମ୍ବର ବେହେରା ଓ ବନିତା ବେହେରା ଙ୍କ ଉପରେ ମାନସିକ ଚାପ ପକେଇଥିଲେ । କମ୍ପାନୀର କର୍ମଚାରୀ ବର୍ଷା ରାଣୀ ସାହୁ ଦିନ 2 ରୁ ରାତି 3 ଯାଏଁ ବସିକି ମାନସିକ ଚାପ ସୃଷ୍ଟି କରିଥିଲେ । ପ୍ରାଇଭେଟ କମ୍ପାନୀ ମନଙ୍କ ସହ ରାଜ୍ୟ ସରକାର ପାଟନର ହେଇ ଗାଁ ର ଗରିବ ଲୋକଙ୍କୁ ଲୁଟୁଛନ୍ତି । ରାଜ୍ୟ ସରକାର ସ୍ପଷ୍ଟୀକରଣ ରଖନ୍ତୁ ଓଡ଼ିଶାରେ କେତେ ମାଇକ୍ରୋ ଫାଇନସ କମ୍ପାନୀକୁ ପଞ୍ଜିକରଣ କରାଇଛନ୍ତି । କଣ ଗାଇଡ଼ ଲାଇନ ରଖିଛନ୍ତି । ଆଗକୁ ଯେଉଁଠି ଲୋକଙ୍କୁ ମାଇକ୍ରୋ ଫାଇନସ କମ୍ପାନୀ ଧମକେଇବ ସେଠି ବିଜେପି ଜଗିବ । ବିଜେପି ଦାବି କରୁଛି ଋଣ ଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ପରିବାରକୁ ରାଜ୍ୟ ସରକାର 20 ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *