ଦାନା ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତୁତିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁରବାର କେନ୍ଦ୍ର କ୍ୟାବିନେଟ ବୈଠକ ରେ ଓଡ଼ିଶାରେ ମାଡ଼ ହେବାକୁ ଥିବା ବାତ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ଯେଉଁଠି ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ମାନେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ ।ପୂର୍ବାହ୍ନର ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖବରଦାତା ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ସନ୍ତୁଷ୍ଟ ଥିବା ସେ କହିଛନ୍ତି । ଏହା ସହ ଆଉ କିଛି ଆବଶ୍ୟକ ହେଲେ , ରାଜ୍ୟ ସରକାର ଯାହା କେନ୍ଦ୍ରଠୁ ସାହାଯ୍ୟ ମାଗିଥିଲେ ତାହା ସବୁ ମିଳିଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now