ଆଦାନୀ ପ୍ରସଙ୍ଗରେ ମୋଦି ନିରବ

Spread the love

() ରାଜ୍ୟସଭାରେ ଆଜି ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଥିଲେ ସତ। କିନ୍ତୁ ଆଦାନୀ ପ୍ରସଙ୍ଗରେ ଗଲା କାଲି ଭଳି ଆଜି ବି ପଦେ କହିଲେନି। କିନ୍ତୁ କଂଗ୍ରେସ କିଭଳି ନିଜ ସହ ଅନ୍ୟମାନଙ୍କୁ ବୁଡ଼ାଇଛି, ତାହାର ଅବତାରଣା କରିଥିଲେ ମୋଦି। ଦେଶ ସମସ୍ୟାର ସ୍ଥାୟୀ ସମାଧାନ କେବେ ବି ଚାହିଁନି କଂଗ୍ରେସ ବୋଲି ଗର୍ଜିଥିଲେ। ସେପଟେ ଅପଶବ୍ଦକୁ ନେଇ ବିରୋଧୀ ଦଳ ନେତାଙ୍କ ବିବୃତ୍ତି ବିବରଣୀରୁ ବାଦ୍ ଦେବାରୁ ନେଇ ମୋଦିଙ୍କ ଆଦାନୀ ପ୍ରୀତିକୁ ନେଇ ବର୍ଷିଛନ୍ତି ବିରୋଧୀ ଦଳ।

ବୁଧବାର ଲୋକସଭାରେ। ଆଉ ଗୁରୁବାର ରାଜ୍ୟସଭାରେ କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ। ଦେଶ ସମସ୍ୟାର ସ୍ଥାୟୀ ସମାଧାନ କେବେ ଚାହୁଁନଥିଲା କଂଗ୍ରେସ। ଏକଦା ଗାନ୍ଧୀ-ନେହେରୁ ପରିବାର ନାଁରେ ଦେଶରେ ୬ଶହ ସ୍କିମ୍ ଚାଲୁଥିଲା। କିନ୍ତୁ ଆଜି ନେହେରୁଙ୍କ ସାଙ୍ଗିଆ ତାଙ୍କର ପରବର୍ତ୍ତୀ ପୀଢ଼ି ନେବାକୁ ଅମଙ୍ଗ। କେଉଁ ଭୟ ଓ ଲଜ୍ଜା ଘାରିଛି। ଧାରା ୩୫୬ର ଦୁରୁପଯୋଗ କରି ନିର୍ବାଚିତ ତଥା ଲୋକପ୍ରିୟ ସରକାରକୁ ୯୦ଥର କିଏ ଭାଙ୍ଗିଛି। ଏମିତି ତମାମ ଆରୋପ ଲଦି କଂଗ୍ରେସର ଧୂଲେଇ କରିଛନ୍ତି ମୋଦି।

ସେପଟେ ଆଦାନୀ ପ୍ରସଙ୍ଗରେ ପଦେ ହେଲେ କହିନଥିବା ମୋଦି ସରକାରଙ୍କ ମାନସିକତାକୁ ନେଇ ବର୍ଷିଛନ୍ତି ବିରୋଧୀ। ବିରୋଧୀ ଦଳ ନେତା ମୋଦିଙ୍କୁ ଆକ୍ଷେପ କରି କହିଥିବା ଅନେକ ଅପଶବ୍ଦକୁ ଗୃହର ବିବରଣୀରୁ ବାଦ୍ ଦେବା ନେଇ କଂଗ୍ରେସ ଜୋରଦାର ଆପତ୍ତି ଉଠାଇଥିଲା ରାଜ୍ୟସଭାରେ। ଆଦାନୀ ବାବଦରେ କାହିଁକି ସରକାର ଅସମ୍ଭବ ନୀରବ ବୋଲି ପଚାରିଛନ୍ତି ବିରୋଧୀ। ତେବେ ଗୃହର ବିବରଣୀରୁ ସମ୍ପୂର୍ଣ୍ଣ ମନ୍ତବ୍ୟକୁ ବାଦ୍ ଦେବା ଯାହା ଅଭିଯୋଗ ହେଉଛି, ତାହା ଠିକ୍ ନୁହେଁ ବୋଲି ବିରୋଧୀ ଦଳକୁ ବୁଝାଇଥିଲେ ଜଗଦୀପ ଧନକଡ଼।

ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି କରି ଅଡ଼ି ବସିଛନ୍ତି ବିରୋଧୀ। କିନ୍ତୁ ସରକାର ଜେପିସିକୁ ନାଁ କହିସାରିଲେଣି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ସରିବା ପରେ ପୁଣି ସଂସଦ ହୁଲସ୍ତୁଲ ହେବାର ଆଶଙ୍କା ରହିଛି। ଗୃହ ସୁରୁଖୁରୁରେ ଚାଲିବ ନା ପୁଣି ବ୍ୟାଘାତ ହେବ, ତାକୁ ନେଇ ସଂଶୟ ଉପୁଜୁଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ ଜେପିସି ତଦନ୍ତ ଦାବିରେ ଗାନ୍ଧୀମୂର୍ତ୍ତି ତଳେ ପ୍ରତି

Leave a Reply

Your email address will not be published. Required fields are marked *