୭୫ ବର୍ଷରେ ପଲିଟିକାଲ ରିଟାୟାର୍ଡମେଣ୍ଟ- ମୋଦିଙ୍କୁ ବିରୋଧୀଙ୍କ ନିଶାନା

୭୫ ବର୍ଷରେ ରାଜନୀତିରୁ ପଛକୁ ହଟିଯିବା ଦରକାର। ଅନ୍ୟକୁ ମଉକା ଛାଡ଼ିବା ଆବଶ୍ୟକ। ଆରଏସଏସର ପ୍ରମୁଖ ମୋହନ ଭାଗଓ୍ୱତଙ୍କ ଏହି ବୟାନ କ୍ଷମତା କରିଡରରେ ହଲଚଲ ଖେଳାଇଦେଇଛି। ସରସଂଘଚାଳକ ମୋହନ ଭାଗଓ୍ୱତଙ୍କ ଏହି ବୟାନ ସଂଘ ବିଚାରକ ମୋରାପନ୍ତ ପିଙ୍ଗଲେଙ୍କ ୭୫ ବର୍ଷର ଜନ୍ମଦିନରେ ଏଭଳି ଭାଷଣ ଦେଇଥିଲେ ମୋହନ। ମୋହନଙ୍କ ଏହି ବୟାନକୁ ଗଣ୍ଠି କରି ବିରୋଧୀ ଦଳ ଦେଶର ସତ୍ତାଧାରୀ ପାର୍ଟି ବିଜେପିକୁ ଟାର୍ଗେଟ କରିଛି। ମୋଦି ଆଉ ଦୁଇ ମାସ ପରେ ୭୫ ବର୍ଷର ହୋଇଯିବେ। ମୋହନଙ୍କ ବୟାନକୁ ଧରିଲେ ମୋଦି କଅଣ ସେପ୍ଟେମ୍ୱରରେ ଅବସର ନେଇଯିବେ। କଂଗ୍ରେସ, ଆପ୍ ଓ ଶିବସେନା (ୟୁବିଟି) ଏହାକୁ ନେଇ ଘେରିଛି। ବିରୋଧୀଙ୍କ କହିବା କଥା, ଅନେକ ବରିଷ୍ଠ ନେତା ପଛକୁ ହଟିକି ଯୁବ ନେତୃତ୍ୱଙ୍କୁ ଆଗକୁ ଛାଡ଼ିବା କଥା ବିଜେପିକୁ ମନେ ପକାଇଦେଲା ଆରଏସଏସ। ମୋହନଙ୍କ ଏହି ବୟାନ ସ୍ପଷ୍ଟ ସନ୍ଦେଶ ଦେଉଛି ଯେ, ବିଜେପି ଓ ଆରଏସଏସ ଭିତରେ ଯାହା ଚାଲିଛି କିଛି ଠିକ୍ ଚାଲିନି। ୨୦୧୪ରେ ବିଜେପି ସରକାର କରିଥିଲା ବେଳେ ୭୫ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ନେତାଙ୍କୁ ମାର୍ଗଦର୍ଶକ ମଣ୍ଡଳୀରେ ବସାଇଦେଇଥିଲା। ୧୧ ବର୍ଷ ପରେ ଏହି କଥାକୁ ଆରଏସଏସ ସ୍ମରଣ କରାଇଦେଇଛି। ସେପ୍ଟେମ୍ୱର ୧୭, ୨୦୨୫ରେ ପ୍ରଧାନମନ୍ତ୍ରୀ ମୋଦି ବି ୭୫ ବର୍ଷର ହୋଇଯିବେ। ମୋହନଙ୍କ ଟାର୍ଗେଟ ମୋଦିଙ୍କ ଆଡ଼କୁ ନୁହେଁ ତ। ମୋଦି ନିଜ ଉପରେ ଏହାକୁ ଲାଗୁ କରିବେ କି ବୋଲି ପଚାରିଛନ୍ତି ଇଣ୍ଡିଆ ମେଣ୍ଟର ସଦସ୍ୟ ପଓ୍ୱନ ଖେରା, ସୌରଭ ଭରଦ୍ୱାଜ, ସଞ୍ଜୟ ରାଉତ ପ୍ରମୁଖ। ଗୃହ ମନ୍ତ୍ରୀ ଅମିତ ଶାହା ଦୁଇ ଦିନ ତଳେ କହିଥିଲେ, ସେ ଯେତେବେଳେ ରିଟାୟାର୍ଡ ହେବେ। ସେ ବାକି ଜୀବନ ବେଦ, ଉପନିଷଦ ଓ ଜୈବିକ କୃଷି କାମରେ ସମୟ ବିନିଯୋଗ କରିବେ। ଅରବିନ୍ଦ କେଜରିଓ୍ୱାଲଙ୍କ ଗଲା ବର୍ଷର ଏକ ବୟାନ ବି ଏହି ପ୍ରସଙ୍ଗକୁ ଆୟୁଧ କରି ଭାଇରାଲ ହୋଇଛି। ନିଜେ ମୋଦି ନିୟମ କରି ଆଡଭାନୀ, ମୁରଲୀ ମନୋହର ଯୋଶୀ, ସୁମିତ୍ରା ମହାଜନ, ଯଶୋବନ୍ତ ସିହ୍ନାଙ୍କୁ ରିଟାୟାର୍ଡ କରିଦେଲେ। ସେ ନିଜ ଉପରେ କେବେ ଲାଗୁ କରିବେ। ମୋଦି କିନ୍ତୁ ନିଜ ଲାଗି ଏଥର ଭୋଟ ମାଗିନାହାନ୍ତି। ନିଜେ ଅବସର ନେଇ ଅମିତ ଶାହାଙ୍କୁ ପ୍ରଧାନମନ୍ତ୍ରୀ ଚୌକିରେ ବସାଇପାରନ୍ତି ମୋଦି। ପଲିଟିକ୍ସରୁ ୭୫ ବର୍ଷ ପାରାମିଟର ରିଟାୟାର୍ଡମେଣ୍ଟ ଘୋଷଣାକୁ ନେଇ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *