ନେପାଳ ଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ । ନେପାଳ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାଉନସେଲର ସଞ୍ଜୀବ ଦାସବର୍ମା ଏବଂ ନବୀନରାଜ ଅଧିକାରୀଙ୍କ ସହ କଥା ହେବା ସହ କିଟ୍ ଛାତ୍ରୀ ମୃତ୍ୟୁ ଘଟଣାରେ ନ୍ୟାୟ ଦିଆଯିବ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ । କିଟ୍ କ୍ୟାମ୍ପସ ପୁଣିଥରେ ଶାନ୍ତି ଫେରିବ ବୋଲି ଏବଂ କ୍ୟାମ୍ପସକୁ ଫେରିବାକୁ ନେପାଳ ଛାତ୍ରଛାତ୍ରୀଙ୍କୁ ଅପିଲ କଲେ । ନେପାଳ ଅଫିସିଆଲଙ୍କ ସହ ଷ୍ଟେଟ ଗେଷ୍ଟ ହାଉସରେ ଆଲୋଚନା ହୋଇଛି । ଏହି ଆଲୋଚନାରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ , ସୂର୍ଯ୍ୟବଂଶୀ ସୁରଜ , ମୁଖ୍ୟ ସଚିବ ଉପସ୍ଥିତ ଥିଲେ । ଏହାସହ ନେପାଳ ବୈଦେଶିକ ମନ୍ତ୍ରୀ ମଧ୍ୟ ସୂର୍ଯ୍ୟବଂଶୀଙ୍କ ସହ କଥା ହୋଇଥିବା ମୁଖ୍ୟମନ୍ତ୍ରୀ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି।


Naxatra News is now on Whatsapp
Join and get latest news update delivered to you via whatsapp
Join Now