ହତ୍ୟା ଅଭିଯୁକ୍ତ ବିଜେପି ମୁଖପାତ୍ର ଓଡ଼ିଶାରୁ ଖସି ପଳାଇଥିଲେ : ବିଜେଡି

Spread the love

ଭୁବନେଶ୍ୱର : ହତ୍ୟା ଘଟଣାଠୁ ଆରମ୍ଭ କରି ସବୁ ପ୍ରକାର ଗୋଲକଧନ୍ଦାରେ ସଂପୃକ୍ତ ରାଜ୍ୟ ବିଜେପିର ଜଣେ ମୁଖପାତ୍ରଙ୍କ ଉପରେ ଆଜି ବର୍ଷିଛି ବିଜେଡି । ରାଜ୍ୟ ବିଜେପି ସଭାପତି ଏଭଳି କଳଙ୍କିତ ଚରିତ୍ରକୁ କିପରି ଏଯାଏ ସହ୍ୟ କରୁଛନ୍ତି ବୋଲି ବିଜେଡି ଗଣମାଧ୍ୟମ ପ୍ରବକ୍ତା ଇପ୍ସିତା ସାହୁ ପ୍ରଶ୍ନ କରିଛନ୍ତି ।

ଏକ ପ୍ରେସ ବିବୃତିରେ ଶ୍ରୀମତୀ ସାହୁ କହିଛନ୍ତି ଯେ ନିଜକୁ ରାଜ୍ୟ ବିଜେପିର ବରିଷ୍ଠ ନେତା ବୋଲାଉଥିବା ଏହି ବ୍ୟକ୍ତି ଜଣକଙ୍କ ପ୍ରକୃତ ଚରିତ୍ର କ’ଣ ତାହା କାହାକୁ ଅଛପା ନାହିଁ । ଛତ୍ରପୁର ହତ୍ୟା ଘଟଣାରେ ସଂପୃକ୍ତି ବିଷୟ ପଦାକୁ ଆସିଲା ପରେ ସେ ଦିଲ୍ଲୀରେ ବସିଥିବା ତାଙ୍କ ନେତାଙ୍କ ସୁରକ୍ଷାରେ ଏଠାରୁ ଖସି ପଳାଇଥିଲେ । ଆଉ ଗିରଫ ଭୟରେ ଯାଇ ରାଜ୍ୟ ବାହାରେ ଲୁଚିଥିଲେ ।

ଖାଲି ହତ୍ୟା ଘଟଣା ନୁହେଁ, ମହିଳାଙ୍କୁ ଅସଦାଚରଣ ଆଦି କୁକର୍ମରେ ଲିପ୍ତ ବିଜେପିର ଏହି ମୁଖପାତ୍ରଙ୍କ କଳଙ୍କିତ ଚରିତ୍ର ବିଷୟରେ ସମସ୍ତେ ଅବଗତ । ଯେତେବେଳେ ଛତ୍ରପୁର ହତ୍ୟା ଘଟଣାରେ ଏହି ବିଜେପି ନେତାଙ୍କୁ ପୁଲିସ ଜେରା ପାଇଁ ଡାକିଥିଲା, ସେ ସଂପୃକ୍ତ ପୁଲିସ ଅଫିସରଙ୍କ ଆଗରେ ଭୋଭୋ ହୋଇ କାନ୍ଦିଥିଲେ ।ତାଙ୍କୁ ଛାଡ଼ି ଦେବାକୁ ପୁଲିସ ଅଫିସରଙ୍କ ଗୋଡ଼ ବି ଧରିଥିଲେ । କାଳେ ପୁଲିସ ତାଙ୍କୁ ଗିରଫ କରିବ, ସେଥିପାଇଁ ସେ ଟଏଲେଟ ଭିତରେ ପଶିଯାଇ ଘଂଟାଏ କାଳ କବାଟ ବନ୍ଦ କରି ରହିଥିଲେ ।

ଶ୍ରୀମତୀ ସାହୁ ଆହୁରି ପ୍ରଶ୍ନ କରିଛନ୍ତି ଯେ ଯାବତୀୟ କୁକର୍ମରେ ସଂପୃକ୍ତ ଏଭଳି ଜଣେ କଳଙ୍କିତ ଚରିତ୍ରକୁ ଦିଲ୍ଲୀରେ ବସିଥିବା ବିଜେପିର ବଡ଼ ନେତା ରାଜ୍ୟ ବିଜେପିର ମୁଖପାତ୍ର ରଖିବା ପଛରେ କି ରହସ୍ୟ ରହିଛି?

Leave a Reply

Your email address will not be published. Required fields are marked *