ଏନଡିଏରୁ ନବୀନଙ୍କୁ ନିବେଦନ

Spread the love

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନଡିଏରେ ସାମିଲ ହେବା ପାଇଁ କେନ୍ଦ୍ରର ନିବେଦନ।  ଉଭୟ ଲୋକସଭା ଓ ରାଜ୍ୟସଭାରେ ଅନେକ ଗୁରୁତ୍ୱପୂର୍ଣ ବିଲ ପାସ ବେଳେ ଏନଡିଏ ସରକାରକୁ  ବିଜେଡି ବହୁତ ସହଯୋଗ କରିଛି । ତେଣୁ ୨୦୨୪ ନିର୍ବାଚନ ପୂର୍ବରୁ ନବୀନଙ୍କୁ ଏନଡିଏ ମେଣ୍ଟରେ ସାମିଲ ହେଲେ ନବୀନଙ୍କୁ ବହୁ ଲାଭ ମିଳିବ ବୋଲି କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱାଲେ କହିଛନ୍ତି।

୨୦୨୪ ନିର୍ବାଚନ ପାଇଁ ସବୁ ଦଳ  ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେଣୁ ବିଜେପି ପକ୍ଷରୁ ବିଭିନ୍ନ ଦଳକୁ  ନିଜ ସହ ମେଳି କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଏହାରି ଭିତରେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱାଲେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନଡିଏରେ ସାମିଲ ହେବାକୁ  ଅପିଲ କରିଛନ୍ତି। ନବୀନ ଏନଡିଏରେ ମିଶିଲେ ତାଙ୍କ ପାଇଁ ଫାଇଦା ରହିବ ବୋଲି ଅଠାୱାଲେ କହିଛନ୍ତି। ଏଥିସହ ମୋଦି ସରକାର ପକ୍ଷରୁ ରାଜ୍ୟକୁ ଅଧିକ ବଜେଟ ଦିଆଯିବ ବୋଲି ମଧ୍ୟ କହିଛନ୍ତି ଅଠାୱାଲେ।  

ବିଜେଡି ଏନଡିଏରେ ସାମିଲ ହେଲେ ୨୦୨୪ରେ ଏନଡିଏ ୨୦୧୯ ର ରେକର୍ଡ ଭାଙ୍ଗିବ । ନୀତିଶ ଏନଡିଏ ଛାଡିଛନ୍ତି ସତ ହେଲେ ଏନଡିଏ ତାଙ୍କୁ ଛାଡିନି । ୨୦୨୪ ବେଳକୁ ସେ ପୁଣି ଫେରି ପାରନ୍ତି । ଯଦି ନ ଫେରିଲେ ତଥାପି  ଏନଡିଏ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି । ୨୦୨୪ ରେ ନିର୍ବାଚନରେ ୩୫୦ରୁ ଅଧିକ ସିଟ ପାଇବା ଲକ୍ଷ୍ୟରେ ଏନଡିଏ ଥିବା ଅଠାୱାଲେ କହିଛନ୍ତି।

Leave a Reply

Your email address will not be published. Required fields are marked *