ଓଡ଼ିଶା

ଦଳିତ ଆଦିବାସୀଙ୍କ ଅନ୍ୟ ଜାତିରେ ବିବାହ ଉପରେ ବିଜେପିର ଗୁରୁତ୍ବ

ଭୁବନେଶ୍ବର: ଦଳିତ ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବା ପାଇଁ ଅନ୍ୟ ଜାତିରେ ବିବାହକୁ ଗୁରୁତ୍ୱ ଦେବା ଉଚିତ।  କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱଲେ ଓଡିଶା ଗସ୍ତରେ ଆସିଥିବାବେଳେ ଏଭଳି କହିଛନ୍ତି। ସମାଜରେ ଥିବା ଜାତି ବାଦର ବିଲୀନ ଉପରେ ଗୁରୁତ୍ବ ଦେଇ କେନ୍ଦ୍ରମନ୍ତ୍ରୀ ଏପରି କହିଛନ୍ତି।

୨୦୨୦-୨୧ରେ ଓଡିଶାରେ ୧୮୪୭ ଦମ୍ପତ୍ତି ଅନ୍ୟ ଜାତିରେ ବିବାହ କରିଥିବାବେଳେ ଏହି ସଂଖ୍ୟା ୨୧-୨୨ ବେଳକୁ ବଢି ୨୭୬୮ରେ ପହଞ୍ଚିଛି। ଦଳିତ ଓ ଆଦିବାସୀ ସମ୍ପ୍ରଦାୟର ଯୁବକ ଯୁବତୀଙ୍କୁ ବିବାହ  କରିଥିବା ଦମ୍ପତ୍ତିଙ୍କୁ ପ୍ରୋତ୍ସାହନ ରାଶି ବାବଦକୁ ୨ଲକ୍ଷ ୫୦ ହଜାର ଟଙ୍କା ଦିଆଯାଉଛି। ତେବେ ଅନ୍ୟ ଜାତିରେ ବିବାହ କରୁଥିବା  ଉଭୟ ପୁଅ ଝିଅଙ୍କ ମଧ୍ୟରୁ ଜଣଙ୍କୁ ଓଡିଶା ସରକାର ସରକାରୀ ଚାକିରି ଦେବାକୁ ଗୁରୁତ୍ବ ଦେବାକୁ  କହିଛନ୍ତି ରାମଦାସ ।

ଏହା ବ୍ୟତୀତ ରାଜ୍ୟ ସରକାରକୁ ଆଦିବାସୀଙ୍କ ବିକାଶ ପାଇଁ ଦିଆଯାଉଥିବା ଅର୍ଥର ସଠିକ ବିନିଯୋଗ ହେଉ ନାହିଁ। ଏହାର ବିନିଯୋଗ ହେଲେ ଏହି ବର୍ଗର ବିକାଶ ହେବା ସହ ଏମାନେ ଅନ୍ୟ ବର୍ଗ ସହ ତାଳ ଦେଇ ଆଗକୁ ବଢିବେ। ତେଣୁ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ବ ଦେବାକୁ କେନ୍ଦ୍ରମନ୍ତ୍ରୀ ଓଡିଶା ଗସ୍ତ କାଳରେ କହିଛନ୍ତି।  

Leave a Reply

Your email address will not be published.

Back to top button