ଭୁବନେଶ୍ୱରରେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜ

Spread the love

ଭୁବନେଶ୍ୱରରେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ମୁଖ୍ୟ ଶାସନ ଭାବେ ତାଙ୍କ ନାଁ ଘୋଷଣା ହେବା ପରେ ଆଜି ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଆଜି ଅପରାହ୍ନରେ ସେ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିପାରନ୍ତି । ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ମନୋଜ ଆଜି ଦାୟିତ୍ୱ ଗ୍ରହଣ କରିବାର ସମ୍ଭାବନା ରହିଛି । ମନୋଜ ଆହୁଜା ୧୯୯୦ କ୍ୟାଡର ଆଇଏଏସ୍ ଅଧିକାରୀ । ଖୋର୍ଦ୍ଧା ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ । ୨୦୧୦ରେ ଖଣି ଓ ଇସ୍ପାତ ସଚିବ, ୨୦୧୨ ଯୁବ ଓ କ୍ରୀଡ଼ା ସଚିବ ଓ ୨୦୧୫ରେ ସମବାୟ ସଚିବ ଥିଲେ । ୨୦୧୭ ଡିସେମ୍ବରରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ସିବିଏସଇର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ନିକଟରେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିଲେ ।

Leave a Reply

Your email address will not be published. Required fields are marked *