ଖଡଗେ ହେଲେ କଂଗ୍ରେସ ଅଧ୍ୟକ୍ଷ

Spread the love

ନୂଆଦିଲ୍ଲୀ: ୨୪ ବର୍ଷ ପରେ ଦେଶର ସର୍ବ ବୃହତ ଓ ସର୍ବ ପୁରାତନ ଦଳ କଂଗ୍ରେସ ପାଇଲା ଅଣ ଗାନ୍ଧୀ ଅଧ୍ୟକ୍ଷ। ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ନିର୍ବାଚନ ପରେ ଆଜି ଗଣତି ଶେଷ। ମଲ୍ଲିକାର୍ଜୁନ ଖଡଗେ ହେଲେ ଦଳର ଅଧ୍ୟକ୍ଷ। ଖଢଗେଙ୍କୁ ୭୮୯୭ ଭୋଟ ମିଳିଥିବା ବେଳେ ଥରୁରଙ୍କୁ ୧୦୭୧ ମିଳିଛି। ମୋଟ ୯୩୮୫ ଭୋଟ ହୋଇଥିବା ବେଳେ ୪୧୬ ଭୋଟ ନାକଚ ହୋଇଛି।

ସେପଟେ ଫଳାଫଳ ବାହାରିବା ପରେ ଦଳର ନବନିର୍ବାଚିତ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ କହିଛନ୍ତି, ମୋର ବିଶ୍ବାସ, ଆଜିଠାରୁ ଦଳର ପ୍ରକୃତ ପୁନର୍ଜୀବନ ହେବାକୁ ଯାଉଛି। ଆଜି ଗଣତି ପୂର୍ବରୁ ଥରୁର ନିର୍ବାଚନରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ କରିଥିଲେ। ୟୁପିରେ ଅଧ୍ୟକ୍ଷ ନିର୍ବାଚନରେ ହେରଫେର ହୋଇଥିବା ଅଭିଯୋଗ ଆଣିଥିଲେ। ନିର୍ବାଚନ ପୂର୍ବରୁ କ୍ୟାମ୍ପେନ କାଳରେ ଥରୁରଙ୍କୁ ବିଭିନ୍ନ ରାଜ୍ୟରେ ପ୍ରବଳ ବିରୋଧ କରାଯାଇଥିଲା। ରାଜ୍ୟରେ କ୍ୟାମ୍ପେନ କରିବାକୁ ଦିଆଯାଇ ନ ଥିଲା ଥରୁରଙ୍କୁ।

ଫଳାଫଳ ବାହାରିବା ପରେ ଏଆଇସିସି ଅଫିସରେ ଆରମ୍ଭ ହୋଇଯାଇଛି ସେଲିବ୍ରେସନ। ମଲ୍ଲିକାର୍ଜ୍ଜୁନଙ୍କୁ ଦଳର ନେତୃମଣ୍ଡଳୀ ଶୁଭେଛ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *