କଂଗ୍ରେସ ଅଧ୍ୟକ୍ଷ  ଖଡଗେ ଓ ରାହୁଲଙ୍କୁ  ଭେଟିଲେ ନୀତିଶ କୁମାର

Spread the love

ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୋମବାର ଦିନ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେଙ୍କୁ ଭେଟିବାକୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପହଂଚିଛନ୍ତି ।

ମିଳିଥିବା ସୁତ୍ରରୁ ଜଣାପଡିଛି ଯେ କଂଗ୍ରସ ଅଧ୍ୟକ୍ଷ ଖଡଗେ ଏବଂ ନିତିଶ କୁମାର ମଧ୍ୟରେ ବିରୋଧି ଏକତାକୁ ନେଇ ବୈଠକ ଜାରି ରହିଛି ।  ବୈଠକରେ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ , କଂଗ୍ରେସ ନେତା କେ.ସି ବେଣୁ ଗୋପାଲ  ସହିତ ଜେଡିୟୁର ଅଧ୍ୟକ୍ଷ ଲଲନ ସିଂହ ମଧ୍ୟ ଉପସ୍ଥିତ ଥିଲେ ।

ଏଠାରେ ଉଲ୍ଲେଖନିୟ ଯେ ନିତିଶ କୁମାର ୨୦୨୪ ଲୋକସଭା ନିର୍ବାଚନ ପୁର୍ବରୁ ବିରୋଧିଙ୍କୁ ମଜଭୁତ କରିବା ପାଇଁ  ଲଗାତର ଭାବରେ ଅନ୍ୟ ଦଳ ନେତା ମାନଙ୍କୁ ଭେଟୁଛନ୍ତି ।

Leave a Reply

Your email address will not be published. Required fields are marked *