ବିରୋଧୀ ମେଣ୍ଟ: ନବୀନଙ୍କୁ ଭେଟିବେ ନୀତିଶ!

Spread the love

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟି ପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବିରୋଧୀଙ୍କୁ  ଏକଜୁଟ କରିବାକୁ ନୀତୀଶ ଉଦ୍ୟମ କରୁଥିବା ବେଳେ ସେ ନବୀନଙ୍କୁ ଭେଟିବାର ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ ନୀତୀଶ ୩ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ଦିଲ୍ଲୀରୁ  ଫେରି ସେ ଭୁବନେଶ୍ୱର  ଆସି ନବୀନଙ୍କୁ ଭେଟି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏ ଚର୍ଚ୍ଚା ଭିତରେ ବିଜେଡ଼ି କହିଛି ନିତିଶଙ୍କୁ ଭେଟିବା ସମ୍ପୁର୍ଣ୍ଣ ଭାବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ କଥା ।ତେଣୁ ସେ ନିଷ୍ପତି ତାଙ୍କର । ଏପଟେ ଦେଶର ଆଂଚଳିକ ଦଳ ଗୁଡ଼ିକ ଦୁର୍ନୀତି,ଅତ୍ୟାଚାରରେ ବୁଡ଼ି ରହି ଗଣତନ୍ତ୍ରଙ୍କୁ ହତ୍ୟା କରୁଛନ୍ତି । ତେଣୁ ସେମାନେ ଏକାଠି ହେବା ହାସ୍ୟସ୍ପଦ କହିଛି ବିଜେପି । ଏହାସହ ମୋଦୀଙ୍କ ଭୟରେ ନବୀନ ନିତିଶଙ୍କୁ ଭେଟକରିବେ ନାହିଁ ବୋଲି କଂଗ୍ରେସ କହିଛି ।

Leave a Reply

Your email address will not be published. Required fields are marked *