କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର କେବଳ ବିଜୟ ନୁହେଁ, ଏହା ଗଣତନ୍ତ୍ରର ବିଜୟ – ଜନାର୍ଦ୍ଦନ ପତି 

Spread the love

ଭଦ୍ରକ : ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଭଦ୍ରକ ଜିଲା କମିଟି ବୈଠକ ଭଦ୍ରକ ସଂସ୍କୃତି ଭବନ ଠାରେ ବରିଷ୍ଠ ନେତା ଚନ୍ଦ୍ରଶେଖର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସିପିଆଇଏମ୍ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ଜନାର୍ଦ୍ଦନ ପତି ମୁଖ୍ୟ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ବିଭିନ୍ନ ଧର୍ମନିରପେକ୍ଷ ଦଳ ଗୁଡିକର ବିଜୟକୁ ଆମ ଦେଶର ଗଣତନ୍ତ୍ରର ବିଜୟ ବୋଲି ମତବ୍ୟକ୍ତ କରିଛନ୍ତି । ବିଶେଷକରି ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ କର୍ପୋରେଟ୍ ସପକ୍ଷବାଦୀ ସାଂପ୍ରଦାୟିକ ରାଜନୀତି ଓ ବିଜେପିର ଦୁର୍ନୀତି ବିରୁଦ୍ଧରେ କର୍ଣ୍ଣାଟକ ବାସୀଙ୍କ ଐତିହାସିକ ରାୟକୁ ଶ୍ରୀ ପତି ସ୍ୱାଗତ କରିଛନ୍ତି । ରାଫେଲ ଯୁଦ୍ଧ ବିମାନ ଦୁର୍ନୀତି, ପିଏମ୍ କେୟାରସ ଫଣ୍ଡ ଦୁର୍ନୀତି, ଆଦାନୀ ଆର୍ଥିକ କେଳେଙ୍କାରୀ ସମେତ ମୋଦି ସରକାରଙ୍କ ଅର୍ଦ୍ଧ ଫାଶୀବାଦୀ ଷଡଯନ୍ତ୍ର ଓ ଜାତୀୟ ସଂପତ୍ତି ବିକ୍ରି ବିରୁଦ୍ଧରେ ଭଦ୍ରକ ଜିଲାରେ ଜନମତ ସୃଷ୍ଟି କରିବାକୁ ଶ୍ରୀ ପତି ଆହ୍ୱାନ ଜଣାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସିପିଆଇଏମ୍ ରାଜ୍ୟ ସଂପାଦକ ଅଳିକିଶୋର ପଟ୍ଟନାୟକ, ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ସନ୍ତୋଷ ଦାସ, ଅନ୍ୟତମ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ. ରାଜ୍ୟ କମିଟି ସଭ୍ୟ ନିର୍ମଳ ନାୟକ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନମାରଣ ନୀତି ବିରୁଦ୍ଧରେ ଲଢେଇ କରିବାକୁ ଆହ୍ୱାନ ଜଣାଇଛନ୍ତି । ଏହି ବୈଠକରେ ସିପିଆଇଏମ୍ ଭଦ୍ରକ ଜିଲା ସଂପାଦକ ଦିବ୍ୟସିଂହ ନାୟକ ପାର୍ଟିର ରିପୋର୍ଟିଂ ଉପସ୍ଥାପନ କରିଥିବାବେଳେ ଜିଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ, ପ୍ରଭାସ ମହାପାତ୍ର, ବିଷ୍ଣୁ ଦାଶ, ଜିଲା କମିଟି ସଭ୍ୟ ବିକାଶ ନାଥ, ମଳୟ ଭୋଇ, ରାଧା ଦାସ, ଜୟନୁଲ ଆବେଦିନ, ଗୟାଧର ସାହୁ, ରମେଶ ସାହୁ, ସତ୍ୟମୂ ିର୍ ବେହେରା, ନିରଞ୍ଜନ ପାଣି, ସୁରଜିତା ନାୟକ ପ୍ରମୁଖ ଯୋଗଦେଇ ଭଦ୍ରକ ଜିଲାର ଚାଷୀ, ଭାଗଚାଷୀ ଓ ଶ୍ରମିକମାନଙ୍କ ମୁଖ୍ୟ ଦାବି ସଂପର୍କରେ ଆଗାମୀ ଦିନରେ ଲଢେଇ ପାଇଁ ଆଲୋଚନା କରିଛନ୍ତି ।

Leave a Reply

Your email address will not be published. Required fields are marked *