ଆସନ୍ତାକାଲିଠୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଆସନ୍ତାକାଲିଠୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ବିଭାଗର ପ୍ରତିନିଧି ଦଳ ଯିବେ ଦିଲ୍ଲୀ । ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ସାମିଲ ହେବା ସହ ଉତ୍କର୍ଷ ଓଡ଼ିଶା କନକ୍ଲେଭ ପାଇଁ ଶିଳ୍ପ ପତି ମାନଙ୍କୁ ଭେଟି କରିବେ ଆମନ୍ତ୍ରଣ । ଉତ୍କର୍ଷ ଓଡ଼ିଶା କନକ୍ଲେଭ ପାଇଁ ଶିଳ୍ପ ପତି ମାନଙ୍କୁ ଭେଟି କରିବେ ଆମନ୍ତ୍ରଣ । ୩ ତାରିଖରେ ନିବେଶକଙ୍କ ସହ କରିବେ ୱାନ ଟୁ ୱାନ ଆଲୋଚନା ।

ତେବେ ଓଡିଶାକୁ ଆସିବ ବଡ଼ ପୁଞ୍ଜିନିବେଶ ।ଦିଲ୍ଲୀରେ ୩ ତାରିଖରେ ହୋଟେଲ ତାଜରେ ନିବେଶକ ସମ୍ମିଳନୀରେ ସାମିଲ ହେବେ । ଜାନୁଆରି ୨୮ ଏବଂ ୨୯ ରେ ହେବାକୁ ଥିବା ମେକ ଇନ ଓଡିଶା ‘ଉତ୍କର୍ଷ ଓଡିଶା’ ପୂର୍ବରୁ ରାଜ୍ୟକୁ ଆସିବା ପାଇଁ ନିବେଶକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।

ଫୁଡ୍ ପ୍ରୋସେଶିଂ, ଇଟି,ଆଇଟି ଭଳି ଶିଳ୍ପ ସଂସ୍ଥାଙ୍କୁ ଓଡ଼ିଶା ଆଣିବା ପାଇଁ ସରକାର ଆଲୋଚନା କରିବେ । ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଥିବା ଇକୋ ସିଷ୍ଟମ ବିଷୟରେ ଅବଗତ କରାଇବେ । ୫ ବର୍ଷରେ ଅଢେଇ ଲକ୍ଷ କୋଟିର ପୁଞ୍ଜିନିବେଶ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ତେବେ ସରକାର ଗଠନର ୧୦୦ ଦିନ ଭିତରେ ୪୫ ହାଜର କୋଟିର ପୁଞ୍ଜିନିବେଶ ଆସି ସାରିଲାଣି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *