ଓଡ଼ିଶା ପିଆଜ ଯାଉଛି କୁଆଡ଼େ

ରାଜ୍ୟରେ ଆବଶ୍ୟକତା ଠୁ ଅଧିକ ପିଆଜ ଉତ୍ପାଦନ ହେଉଛି । କିନ୍ତୁ କାହିଁକି ବଢୁଛି ବଜାରରେ ପିଆଜ ଦର । ବିଧାନସଭାରେ ତଥ୍ୟ କହୁଛି ୨୦୨୩-୨୪ ରେ ୩ ଲକ୍ଷ ୭୫ ହଜାର ମେଟ୍ରିକ ଟନ ଆବଶ୍ୟକ ଥିବା ବେଳେ ଉତ୍ପାଦନ ହେଇଥିଲା ୪ ଲକ୍ଷ ୨୦ ହଜାର ମେଟ୍ରିକ ଟନ ।ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ପ୍ରଶ୍ନ ରେ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ ଙ୍କ ଲିଖିତ ଉତ୍ତରରୁ ଏଭଳି ସୂଚନା ମିଳିଛି । ଅନ୍ୟ ଏକ ପ୍ରଶ୍ନ ରେ ଯୋଗାଣ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି ମହାରାଷ୍ଟ୍ର, କର୍ଣ୍ଣାଟକ ଆଦି ଅଞ୍ଚଳରେ ପୁରୁଣା ପିଆଜ ଗଛିତ ପରିମାଣ ହ୍ରାସ ପାଇଛି । ନୂଆ ପିଆଜ ଅମଳ ବିଳମ୍ବ ହେବାରୁ ରାଜ୍ୟରେ ପିଆଜ ଦର ବଢିଛି । ରାଜ୍ୟରେ ବର୍ତ୍ତମାନ ପିଆଜର ଦର ୭୦ ଟଙ୍କା ରହିଛି

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *