ବଡଚଣା ବିଜେଡିର ସଂଗଠନିକ କର୍ମଶାଳା : ବିଜେଡିରେ ଜଣେ ମାତ୍ର ନେତା : ପ୍ରଣବ ପ୍ରକାଶ ଦାସ

Spread the love

ଧର୍ମଶାଳା : ବିଜୁ ଜନତା ଦଳ ସବୁ ବେଳେ ଲୋକଙ୍କ ସହ ରହିଛି । ଦଳକୁ କୌଣସି ପ୍ରତିକୂଳ ପରିସ୍ଥିତି ବା ପ୍ରତିବନ୍ଧକ ରୋକି ପାରିବ ନାହିଁ । ବିଜେଡିରେ ଜଣେ ମାତ୍ର ହେଉଛନ୍ତି ନେତା । ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ବାବୁଙ୍କ ସାଧନା ଯୋଗୁଁ ଆଜି ଓଡିଶା ବିକାଶ କ୍ଷେତ୍ରରେ ଆଗେଇ ଚାଲିଥିବା ବେଳେ ବଡଚଣା ବିଜୁ ଜନତା ଦଳର କର୍ମୀମାନେ ଏକ ହୋଇ ଏହି ଧାରାକୁ ଆଗେଇ ନେବାକୁ ଯାଜପୁର ଜିଲ୍ଲା ବଡଚଣା ବିଜେଡିର ସାଙ୍ଗଠନିକ କର୍ମଶାଳାରେ ରାଜ୍ୟ ବିଜୁ ଜନତା ଦଳର ସଂଗଠକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୋଗଦେଇ ମତବ୍ୟକ୍ତ କରିଥିଲେ । ବଡଚଣା ବ୍ଲକ ଚଣ୍ଡିଖୋଲସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ବଡଚଣା ବିଜୁ ଜନତା ଦଳର ସାଙ୍ଗଠନିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଦାସ ପ୍ରଥମେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି କର୍ମଶାଳାକୁ ଉଦଘାଟନ କରିଥିଲେ । ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗ ଦେଇ ବିଜୁ ଜନତା ଦଳ ଗଠନ ହେବା ଦିନଠାରୁ ବଡଚଣାବାସୀ ଦଳକୁ ସମର୍ଥନ ଦେଇ ଆସୁଥିବା ବେଳେ ଏହା ଆଗକୁ ମଧ୍ୟ ବଜାୟ ରହିବ ବୋଲି ଆଶା ବ୍ୟକ୍ତ କରିଥିଲେ । ବ୍ଲକ ବିଜେଡି ସଭାପତି ଅରବିନ୍ଦ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ ଯୁବ ବିଜେଡି ସଭାପତି ଗଣେଶ୍ୱର ବରାଳ,ସ୍ଥାନୀୟ ବରିଷ୍ଠ ନେତା,ଛାତ୍ର,ମହିଳା ବିଜେଡି କର୍ମକର୍ତା ଓ ଛାମୁଆ ସଂଗଠକ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *