ପାଳଲହଡା – କଥା ଫେରାଇଲେ ବିଜେପି ନେତା

Spread the love

ଅନୁଗୁଳ : ପାଳଲହଡା ଅଞ୍ଚଳରେ ରେ କିଛି ଦିନ ପୂର୍ବରୁ ଜଣେ ସାମ୍ବାଦିକଙ୍କ ସହ ଟେଲିଫୋନ ବାର୍ତ୍ତା ଳପରେ ସମସ୍ତ ସାମ୍ବାଦିକ ମାନେ ବିଧାୟକ ଙ୍କ ଠାରୁ ମାସିକିଆ ବଟିନେବା ର କଥୋପକଥନ ର ଓଡିଓ ଭାଇରାଲ ହେବା ପରେ ବିଗତ 14 ଦିନ ପୂର୍ବରୁ ସମସ୍ତ ସାମ୍ବାଦିକ ଏକତ୍ରିତ ହୋଇ ବିଜେପି ନେତା ଅଶୋକ ମହାନ୍ତି ଙ୍କ ବିରୋଧରେ ବିଶୋଦଗାର କରିବା ସହ ସାମ୍ବାଦିକ ସମ୍ବିଳନୀ କରାଯାଇଥିଲା ।

ଏହି ଘଟଣା ସାରା ପାଳଲହଡା ରେ ଆଲୋଚନା ର ବିଷୟ ପାଲଟି ଥିଲା । ଏହି ଘଟଣା ପରେ ବିଜେପି ନେତା ଅଶୋକ ମହାନ୍ତି ଙ୍କୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରା ଯାଇଥିଲା । ପରିଶେଷରେ ବିଜେପି ନେତା ଅଶୋକ ମହାନ୍ତି ଦୁଖଃ ପ୍ରକାଶ କରିବା ସହ ଆଜି ପଞ୍ଚାୟତ କାର୍ଯ୍ୟାଳୟ ରେ ଏକ ସାମ୍ବାଦିକ ସମ୍ବିଳନୀ ର ଆୟୋଜନ କରାଯାଇଥିଲା । ଏହି ସାମ୍ବାଦିକ ସମ୍ବିଳନୀ ରେ ବିଜେପି ନେତା ଅଶୋକ ମହାନ୍ତି ଦୁଖଃ ପ୍ରକାଶ କରିଥିଲେ । ସେ ତାଙ୍କର ବିବାଦୀୟ ଟେଲିଫୋନ ବାର୍ତ୍ତାଳାପକୁ ପ୍ରାୟୋଜିତ କହି ସଫେଇ ଦେବା ସହିତ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ଆଗକୁ ଏପରି ଭୁଲ ହେବ ନାହିଁ ବୋଲି ମତ ପ୍ରକାଶ କରିବା ସହ ଲୋକଙ୍କ ସେବା କରି ଚାଲିବେ ବୋଲି ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *