ଓରିହୋମ: ସ୍ୱପ୍ନର ଘର, ଏଥର ଦିଶିବ ସୁନ୍ଦର

ସମୟ ବଦଳୁଛି I ସମୟ ଅନୁସାରେ ବଦଳିବାରେ ଲାଗିଛି ଲୋକଙ୍କ ରୁଚି I ସମସ୍ତେ ଚାହାଁନ୍ତି ନିଜର ଗୋଟେ ସୁନ୍ଦର ଘର I ଏଥିଲାଗି ରାଜ୍ୟରେ ନିର୍ମାଣ ହେଉଛି ବଡ ବଡ କୋଠା ଓ ଆପାର୍ଟମେଣ୍ଟ । ତେବେ ଲୋକେ ଭଲ ପ୍ଲାନିଂ ଅନୁଯାୟୀ ଘର ନିର୍ମାଣ କରିବାକୁ ଚାହୁଁଛନ୍ତି। ଆଉ ସେମାନଙ୍କ ଏହି ସ୍ୱପ୍ନରେ ରଙ୍ଗ ଭରିବା ପାଇଁ ଆଗେଇ ଆସିଛି ରାଜ୍ୟର ପ୍ରଥମ ଟେକ୍ନୋଲୋଜି ଭିତ୍ତିକ କନଷ୍ଟ୍ରକସନ କମ୍ପାନି ଓରିହୋମ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ।

ଏହି ସଂସ୍ଥା ଗୃହ ନିର୍ମାଣ ସମ୍ପର୍କରେ ଗ୍ରାହକଙ୍କୁ ଉଚିତ୍ ପରାମର୍ଶ ସହ ପ୍ଲାନିଂ ଦିଏ । କମ୍ପାନି ୪ ପ୍ରମୁଖ ସେବା ପ୍ରଦାନ କରେ । ଏଥିରେ ରହିଛି ନୂଆ ଘର ନିର୍ମାଣ, ଇଣ୍ଟେରିୟର ଏବଂ ଏକ୍ସଟେରିୟର, ଜମି ସହ କଷ୍ଟମାଇଜ ପ୍ରପର୍ଟି ଏବଂ ମେଣ୍ଟେନାନ୍ସ ଓ ରିନୋଭେସନ । ଗ୍ରାହକମାନେ ବାସଗୃହ ନିର୍ମାଣ ସହ ଅନ୍ୟ ଆନୁଷଙ୍ଗିକ ସୁବିଧା ଗୋଟିଏ ଛାତ ତଳେ ପାଇପାରିବେ । ଏକ ପେଶାଦାର ସଂସ୍ଥା ଭାବେ ଲୋକଙ୍କୁ ବାସଗୃହ ନିର୍ମାଣର ବିଭିନ୍ନ ଦିଗକୁ ଧ୍ୟାନରେ ରଖି ସେବା ଯୋଗାଉଛି କମ୍ପାନି। ଘର ନିର୍ମାଣ ପାଇଁ ମାଟି ପରୀକ୍ଷା ସହ ପ୍ରାୟ ୩୦୦ ଅତ୍ୟାଧୁନିକ ଲ୍ୟାବ୍ ଟେଷ୍ଟ ବ୍ୟବସ୍ଥା ରହିଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରେ କମ୍ପାନି ଏହାର ପ୍ରକଳ୍ପ କାର୍ଯ୍ୟ ଜାରି ରଖିଛି । ପ୍ରଫେସନାଲ ଇଞ୍ଜିନିୟରିଂ ଜ୍ଞାନକୌଶଳ ସହିତ ଜର୍ମାନ ଟେକ୍ନୋଲୋଜିକୁ ଗୃହନିର୍ମାଣରେ ବ୍ୟବହାର କରାଯାଉଛି । ଲୋକମାନେ ଯେଭଳି ବିଶ୍ୱସ୍ତରୀୟ ଅନୁଭୂତି ପାଇ ପାରିବେ ତାକୁ ଦୃଷ୍ଟିରେ ରଖି ସେହି ଅନୁରୂପ କାର୍ଯ୍ୟ କରାଯାଉଥିବା ଓରିହୋମ ପକ୍ଷରୁ କୁହାଯାଇଛି ।
ଚଳିତ ବର୍ଷ କମ୍ପାନି ୫୪ ପ୍ରକଳ୍ପ ହାତକୁ ନେଇଥିବା ବେଳେ ୨୦୨୩ ପାଇଁ ୧୭ଟି ନୂଆ ପ୍ରକଳ୍ପ ଗ୍ରାହକଙ୍କ ଦ୍ୱାରା ବୁକିଙ୍ଗ ହୋଇସାରିଲାଣି । ଏ ପର୍ଯ୍ୟନ୍ତ କମ୍ପାନି ଓଡ଼ିଶାରେ ୧୩୦ ଗ୍ରାହକଙ୍କୁ ଇଣ୍ଟେରିୟର ଏବଂ ଏକ୍ସଟେରିୟର ବର୍ଗରେ ସେବା ଯୋଗାଇ ସାରିଛି। ଏହାବାଦ ୨୩ ଲ୍ୟାଣ୍ଡ ବୁକିଂ ଏବଂ ୫୪ ବାସଗୃହ ମେଣ୍ଟେନାନ୍ସ କାର୍ଯ୍ୟ ଏହା ଶେଷ କରିଛି ।

ଗ୍ରାହକ ଉତ୍ପାଦ ଏବଂ ସେବା ସମ୍ପର୍କିତ ସୂଚନା ପାଇଁ ଟୋଲ ଫ୍ରି ନଂ ୧୮୦୦୩୦୯୪୩୦୨ ରେ ଯୋଗାଯୋଗ କରିପାରିବେ। କିମ୍ବା ଝାରପଡ଼ା ସ୍ଥିତ ଭଗବାନ ଟାୱାର କାର୍ଯ୍ୟାଳୟ ସହ ସମ୍ପର୍କ କରିପାରିବେ ବୋଲି କମ୍ପାନିର କମରସିଆଲ ମୁଖ୍ୟ ଇଂ ବର୍ଷା ଦାସଙ୍କ ପକ୍ଷରୁ ସୂଚନା ମିଳିଛି ।